BREAKING
Loading...
:

ପାଣି ଘେରରେ ସହରସ୍ଥିତ ମାଳିସାହି ଓ ହରଭଙ୍ଗା ବ୍ଲକ ଅଧିନସ୍ଥ କରଡ଼ି ଅଞ୍ଚଳ, ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ l

 ତା.15/08/22

ପାଣି ଘେରରେ ସହରସ୍ଥିତ ମାଳିସାହି ଓ ହରଭଙ୍ଗା ବ୍ଲକ ଅଧିନସ୍ଥ କରଡ଼ି 

 ଅଞ୍ଚଳ, ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ l




ବୌଦ୍ଧ (ମଣିଭଦ୍ରା ଖବର) ଜିଲ୍ଲା ଦେଇ ବହିଯାଇଥିବା ମହାନଦୀରେ ଚଳିତ ବର୍ଷ ବନ୍ୟା ଦେଖାଦେଇଥିବାବେଳେ ବୌଦ୍ଧ ସହରସ୍ଥିତ ମାଳିସାହି, କରଡ଼ି ଆଜି ପାଣି ଘେରରେ ରହିଛି l ମାଳିସାହିର ବସ୍ତିବାସିନ୍ଦା ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନସ୍ଥରିତ କରାଯାଇଥିବା ଦେଖିବାକୁ ମିଳିଛି l ତେବେ ମହାନଦୀରେ ଚଳିତବର୍ଷ ବନ୍ୟା କାରଣରୁ ମାଳିସାହିର ସମସ୍ତ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି l ଲଗାତାର ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ସାଲୁଙ୍କି, ତେଲନଦୀ, ବାଘନଦୀ ଏବଂ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଥିବା ଫଳରେ ମହାନଦୀରେ ବନ୍ୟା ଦେଖାଦେଇଛି l ବନ୍ୟା କାରଣରୁ ମାଳିସାହିରେ ଘରେ ଘରେ ବନ୍ୟା ପାଣି ପଶିଥିବା ଦେଖିବାକୁ ମିଳିଛି l 


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ (ମଣିଭଦ୍ରା ଖବର)

Post a Comment

أحدث أقدم
Header ADS