BREAKING
Loading...
:

ସୋନପୁର ପାଇଁ ଗୌରବ ଆଣିଛି ମହାନଦୀ ଧାରା l

 ସୋନପୁର ପାଇଁ ଗୌରବ ଆଣିଛି ମହାନଦୀ ଧାରା l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସହରରେ ଯୁବ ଶିକ୍ଷାବିତ ପ୍ଳାବନ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ " ମହାନଦୀ ଧାରା " ଶିକ୍ଷାନୁଷ୍ଠାନ ସୋନପୁର ଇତିହାସରେ ପ୍ରଥମଥର ପାଇଁଦୁଇ ପରୀକ୍ଷା ରେ ଶତପ୍ରତିଶତ ସଫଳତା ହାସଲକରି ସହରବାସୀ ତଥା ଅଭିଭାବକ ମାନଙ୍କ ପାଇଁ ଖୁସି ର ଅନୁଭବ କରାଇପାରିଛି। ଏବର୍ଷ  ଶିକ୍ଷାନୁଷ୍ଠାନ ତରଫରୁ ସର୍ବମୋଟ୍ ୮୩ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ ଓ ତନ୍ମଧ୍ୟରୁ ୭୨ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏତତ୍ ବ୍ୟତୀତ ଆଉ ଏକ ଖୁସିର ବିଷୟ ହେଲାଯେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଶିକ୍ଷାନୁଷ୍ଠାନର  ଇସାରା କୌସିକ "ଜିଲ୍ଲାର ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏହାସହ ୧୦ ଜଣ ଛାତ୍ରଛାତ୍ରୀ ମଧ୍ୟ ସୋନପୁର ଜିଲ୍ଲାର ଶ୍ରେଷ୍ଠ ୧୫ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇପାରିଛନ୍ତି । ଏ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ପ୍ଳାବନ ମହାପାତ୍ରଙ୍କ ଅନବରତ ଉଦ୍ୟମ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ଆଜି ଏହି ଅନୁଷ୍ଠାନ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିଛି । ନିଶ୍ଚିତ ଭାବରେ  ”ମହାନଦୀ ଧାରା" ଶିକ୍ଷାନୁଷ୍ଠାନ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଆଗାମୀ ଦିନରେ ଶିକ୍ଷାର ଏକ ସ୍ୱର୍ଣ୍ଣୀମ ଧାରା ସୃଷ୍ଟି କରିପାରିବ ବୋଲି ଶିକ୍ଷାପ୍ରେମୀ ମହଲରେ ଆଶାପ୍ରକଟ ହୋଇଛି। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS