BREAKING
Loading...
:

ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘର ଜରୁରୀ ବୈଠକ

 ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘର ଜରୁରୀ ବୈଠକ ।




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର )ମହାସଂଘର ଏକ ଜରୁରୀ ବୈଠକ ,ଭୁବନେଶ୍ୱର ସ୍ଥିତ ଏକାମ୍ବ୍ର ହୋଟେଲରେ ରାଜ୍ୟ ସଭାପତି ଶରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜ୍ୟର ବିଭିନ୍ନ ଜିଲାର ସଭାପତି, ସଂପାଦକ ଯୋଗଦେଇଥିଲେ ।ରାଜ୍ୟ  ମହାସଂଘର  ମହାସଚିବ ହନେସ ପାତ୍ର ବାଗ  ସ୍ୱାଗତ କରିବା ସହ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।ମହାସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ବୈଠକର ଉଦେଶ୍ୟ ଜ୍ଞାପନ କରିଥିଲେ ।ଉପସ୍ଥିତ କାର୍ଯ୍ୟକର୍ତା ଗଣଶିକ୍ଷକ ଙ୍କ ନିୟମିତ କରଣ ,ଟ୍ରେଜେରୀ  ମାଧ୍ୟମରେ ଦରମା ପ୍ରଦାନ, ଏନପିଏସ ଆଦି ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ପ୍ରମୋଦ ବେହେରା,ରାଜୀଵ ଲୋଚନ ପ୍ରଧାନ, ସୁରେନ୍ଦ୍ର ମଳିକ, ଅମୂଲ୍ୟ ପାତ୍ର, ବିଶ୍ୱରଂଜନ ଦାସ,ଡମ୍ବରୁ ମହନ୍ତ,ନିତ୍ୟାନନ୍ଦ ରାଉଲ, ରାଜୁ ବାରିକ,ବିଷ୍ଣୁ ଚରଣ ପଣ୍ଡା,ଗୟାଧର ବେହେରା,ଗଙ୍ଗା ନାରାୟଣ ପାଢ଼ୀ,ଦିଲୀପ କୁମାର ପରିଡା,ରାଜକିଶୋର ସାହୁ ଜ୍ଞାନେନ୍ଦ୍ର ପ୍ରଧାନ, ପ୍ରମୁଖ ଯୋଗଦେଇ ସଂଗଠନକୁ ମଜବୁତ କରିବା ସହିତ ଆଗାମୀ ଦିନରେ ସଂଘକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସଂଘର ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ଧନ୍ୟବାଦ ଦେଇଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS