ବିରମହାରାଜପୁର ସହରର ବିଭିନ୍ନ ହୋଟେଲ ଓ ରେସ୍ଟୁ ରାଣ୍ଟ ମାନଙ୍କରେ ଚଢ଼ାଉ ଓ ଜରିମାନା ଆଦାୟ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଶଭ ରଞ୍ଜନ ପତି ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା. ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ୱ ରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ବିର ମହାରାଜପୁର ସହର ର ହୋଟେଲ ଓ ରେସଟୁରାଣ୍ଟ ମାନଙ୍କରେ ଚଢ଼ାଉ କରି 11 ଟି ହୋଟେଲ ରୁ 26କିଲୋ ର ବାସି ଖାଦ୍ୟ ସବୁ ଫିଙ୍ଗି,3800ଟଙ୍କା ଜରିମାନା ଆଦାୟ କଲେ ଏବଂ ଏବେ ସବୁଆଡେ ଡାଇରୀଆ ବ୍ୟାପୁଥିବାରୁ ଗ୍ରାହକ ଙ୍କୁ ତଟକା ଖାଦ୍ୟ ଦେବା ସହିତ ଖାଦ୍ୟ ସବୁ କୁ ପରିଷ୍କାର ପରିଛନ୍ନ ରଖିବାକୁ ଦୋକାନୀ ଙ୍କୁ ପରାମର୍ଶ କରିଥିଲେ l ଏହି ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ରୁଚିକାନ୍ତ ଭୋଇ,ରାଜୀବ ପ୍ରଧାନ,ରାକେଶ ମାହାନା ବୀରମହାରାଜପୁର ଥାନା ର ପୋଲିସ ଏ ଏସ ଆଇ ଶ୍ରୀ ସାହୁ ଓ ଟିମ ସାମିଲ ଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق