ଅଭିନଵ ଢଙ୍ଗ ରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲ ର ଶିକ୍ଷକ ଓ ଛାତ୍ର ଛାତ୍ରୀ l
ସୁବର୍ଣ୍ଣପୁର -,, ଆଜାଦି କି ଅମୃତ ମହୋତ୍ସବ ଅବସର ରେ ଚିତ୍ର କଳା ଅନୁଷ୍ଠାନ( ଏ କେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ) ପକ୍ଷରୁ ସ୍ୱାଧୀନତା ଦିବସ ରେ ଏକ ପ୍ରଦାର୍ଶନୀ ମେଳା ବା ଉତ୍ସବ ପାଳନ ହୋଇ ଯାଇଛି l ଏଥିରେ ଅତିଥି ଭାବେ ଜ଼ିଲ୍ଲା ପୋଲିସ କନେଷ୍ଟ ବଲ ସଂଘ ର ସଭାପତି କୁମୁଦ ରଞ୍ଜନ ମେହେର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ବିଶ୍ୱନାଥ ମେହେର, ଅନୁଷ୍ଠାନ ର ଉପଦେଷ୍ଟା ଜନ୍ମଞ୍ଜୟ ପାତ୍ର, ସୁଦଂlଶୁ ଶେଖର ମିଶ୍ର, କୃଷ୍ଣ ଚନ୍ଦ୍ର ବେହେରା, ବାସୁଦେବ ସେଠି, ପୁଷ୍ପା ମେହେର, କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ଉତ୍କୃଷ୍ଟ ଚିତ୍ର କଳା ପାଇଁ ପ୍ରଶଂସା କରିଥିଲେ l ଚିତ୍ରଶିଳ୍ପୀ ତଥା ଅନୁଷ୍ଠାନ ର ଆୟୋଜକ ଶ୍ୟାମ ସୁନ୍ଦର ମେହେର ମହାତ୍ମା ଗାନ୍ଧୀ ଙ୍କ ଚିତ୍ର କୁ ଏକ ନୁଆଁ ଢଙ୍ଗ ରେ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲେ l ସମସ୍ତ ଅତିଥି ତ୍ରିରଙ୍ଗା ଝଣ୍ଡା ରେ ପୁଷ୍ପ ଅର୍ପଣ କରିଥିବା ବେଳେ କୁନି ଚିତ୍ର ଶିଳ୍ପୀ ସମ୍ପନ୍ନା ମେହେର ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ l ଏହି ଅନୁଷ୍ଠାନ ରେ ଶିକ୍ଷା ଲାଭ କରିଥିବା ଛାତ୍ର ଅରମାନ ତ୍ରିପାଠୀ, ଛାତ୍ରୀ ଶ୍ରୀୟା ମେହେର, ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ପୂର୍ବରୁ ପୁରସ୍କୃତ ହୋଇ ଅନୁଷ୍ଠାନ ର ଗୌରବ ବଢ଼ାଇ ଥିବା ବେଳେ ଏହି ଅନୁଷ୍ଠାନ ଓଡିଶା ଲଳିତ କଳା ଏକାଡେମୀ ଠାରୁ ପାଇଥିବା ସ୍ୱୀକୃତି ମାଧ୍ୟମରେ ଶିକ୍ଷା ଦାନ କରିଥିବା ଏହି ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଥିବା ବିଷୟ ସଭାପତି ଙ୍କ ଠାରୁ ସୂଚନା ମିଳିଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق