ତ୍ରିରଙ୍ଗା ମୟ ହେଲା ଖଣ୍ଡପଡା
ଖଣ୍ଡପଡ଼ା (ମଣିଭଦ୍ରା ଖବର)ଆଜି ପ୍ରାତଃ ସମୟରୁ ଖଣ୍ଡପଡାର ବିଭିନ୍ନ ବିଦ୍ୟାଳୟର ପିଲାମାନେ ହାତରେ ଜାତୀୟ ପତାକା ଧରି ପ୍ରଭାତ ଫେରି କରିବା ସହ ଦେଶାତ୍ମକ ବୋଧକ ସଂଗୀତ ସହ ନୃତ୍ୟ ସାଙ୍ଗକୁ ବନ୍ଦେ ମାତରଂ ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା l ଏହାକୁ ସହର ର ସମସ୍ତ ବର୍ଗର ଜନସାଧାରଣ ସେମାନଙ୍କୁ ଉତ୍ସାହିତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ' ହର ଘର ତ୍ରିରଙ୍ଗା ' ଅଭିଯାନରେ ସାମିଲ ହେବା ଉଦ୍ୟେଶରେ ଘରେ ଘରେ ଜାତୀୟ ପତାକାକୁ ଅତ୍ୟନ୍ତ ଗର୍ବର ସହ ଉଡାଇଥିଲେ l
ରିପୋର୍ଟ ସଂଗ୍ରାମ କେଶରୀ ଦେଓ ଖଣ୍ଡପଡ଼ା
إرسال تعليق