BREAKING
Loading...
:

ଟ୍ରେନ ଧକ୍କାରେ ଯୁବକ ମୃତ

 ଟ୍ରେନ ଧକ୍କାରେ ଯୁବକ ମୃତ 




ନୟାଗଡ଼, (ଦୁନିଆ ଖବର):  ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ବିପିନ ନାୟକ(୨୦) ।  ନୟାଗଡ଼ ପୌର ପରିଷଦ ଅନ୍ତର୍ଗତ ୩ଓ୍ବାର୍ଡ ବଲାଙ୍ଗି ବନ୍ଧ ସାହି ସତ୍ୟ ନାୟକଙ୍କ ୨୦ବର୍ଷିୟା ପୁଅ ବିପିନ ଆଜି ସକାଳୁ ସକାଳୁ ବରପଲ୍ଲୀ ଗ୍ରାମ ନିକଟରେ ଥିବା ବିଲକୁ ରେଳ ଲାଇନ କ୍ରସ କରି କାମ କରିବାକୁ ଯାଉଥିଲେ । ଉକ୍ତ ସମୟରେ ଏକ ଟ୍ରେନ ଧକ୍କା ଦେଇଥିଲା । ଯାହାଫଳରେ ଉକ୍ତ ଯୁବକ ଜଣଙ୍କର ଡ଼ାହାଣ ଗୋଡ଼ର ପାଦ କଟିଯାଇଥିଲା । ସ୍ଥାନୀୟ ଲୋକ ଉକ୍ତ ଯୁବକ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ବିପିନଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ବିପିନ କାନକୁ କିଛି ଶୁଭା ନଯିବା କାରଣରୁ ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ଆଲୋଚନା କରାଯାଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS