BREAKING
Loading...
:

ବଳଭଦ୍ର ପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଉପରେ ୧୪୪ ଧାରା ଜାରି, ଗ୍ରାମରେ ଦେଖାଦେଇଛି ଉତ୍ତେଜନା

 ବଳଭଦ୍ର ପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଉପରେ ୧୪୪ ଧାରା ଜାରି, ଗ୍ରାମରେ ଦେଖାଦେଇଛି ଉତ୍ତେଜନା 




ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ବଳଭଦ୍ର ପ୍ରସାଦ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ଉପରେ ୧୪୪ ଧାରା ଜାରି କରାଯାଇଛି । ବଳଭଦ୍ର ପ୍ରସାଦ,ଦୁଖାପଲ୍ଲୀ ଓ ନୂଆପଡ଼ା ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନିମନ୍ତେ ନବ ନିର୍ବାଚିତ ଜନପ୍ରତିନିଧି ମାନଙ୍କର ପରାମର୍ଶରେ ସରପଞ୍ଚ ସ୍ଥାନ ନିରୂପଣ କରି ବ୍ଳକ ପ୍ରଶାସନକୁ ଜଣାଇଥିଲେ । ତେବେ ଏହି ସ୍ଥାନକୁ ବିରୋଧ କରି ସରପଞ୍ଚଙ୍କ ବିରୋଧୀ ଗୋଷ୍ଠୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଫଳରେ କାର୍ଯ୍ୟ ଆରମ୍ଭରୁ ବନ୍ଦ ହୋଇଗଲା । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବୁଝାମଣା କରାଯାଇ ଗତ ୧୯ ତାରିଖରେ ବ୍ଳକ ପ୍ରଶାସନ ତରଫରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟାରମ୍ଭ ହୋଇଥିଲା । ତେବେ ଘଟଣାର ୩ ଦିନ ନପୁରୁଣୁ ଗ୍ରାମ୍ୟ କମିଟିର ସଭାପତି ମାନସ ପ୍ରଧାନ ନିର୍ଧାରିତ ସ୍ଥାନରେ ଗୃହ ନିର୍ମାଣ ହେଲେ ପଞ୍ଚାୟତରେ ଅଶାନ୍ତିର ବାତାବରଣ ଖେଳିବାର କାରଣ ଦର୍ଶାଇ ନୟାଗଡ କୋର୍ଟରେ କ୍ରିମିନାଲ ମିସକେସ ମାମଲା ସଂଖ୍ୟା ୧୧୦/୨୦୨୨ରେ ଆପତ୍ତି କରିବାରେ ମାନ୍ୟବର କୋର୍ଟ ସଂପୃକ୍ତ ସ୍ଥାନ ମୈଜା_ବଳଭଦ୍ରପ୍ରସାଦ ଖାତା ୫୨୨/୧,ଟ୍ରକ ନମ୍ବର ୧୯୯_ଏ୦.୧୮ ଡିସିମିଲ,୨୦୨_ଏ୦.୨୦,୨୦୩_ଏ୦.୧୯ ଡେସିମିଲି ଜାଗା ଉପରେ ୧୪୪ ଧାରା ଜାରି କରି ଖଣ୍ଡପଡ଼ା ବିଡ଼ିଓ, ସଂପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସମେତ ୧୦ଜଣଙ୍କ ନାମରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ମାମଲାକୁ ଆଇନଜୀବୀ ସୁଦାମ ଚରଣ ପରିଡ଼ା ପରିଚାଳନା କରୁଥିବା ଜଣାପଡିଛି । ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାସ୍ଥଳରେ ପହଂଚି ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ଏହି ଘଟଣାରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS