୫ଟି ଗ୍ରାମର ୨୫୦ ପରିବାରକୁ ରିଲିଫ ବଣ୍ଟନ କଲେ ଭୂବନେଶ୍ବର ରୋଟାରୀ କ୍ଲବ ଅଫ୍ ଫ୍ଳେମିଗୋ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକର ୫ଟି ପଞ୍ଚାୟତର ୪୧ଟି ଗ୍ରାମ ବନ୍ୟା ଘେରରେ ରହି ବିଶେଷ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଅନେକ ଗରିବ ନିରିହ ଜନସାଧାରଣଙ୍କ କ୍ଷତି ଘଟିଛି । ତେବେ ଏହି ବିପଦ ସମୟରେ ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ଭୂବନେଶ୍ବର ରୋଟାରୀ କ୍ଳବ୍ ଅଫ୍ ଫ୍ଳେମିଗୋ । କ୍ଳବ୍ ସଭାପତି ରୋଟାରିଅନ ସ୍ମିତା ସିନ୍ହା, ସମ୍ପାଦକ ପଙ୍କଜ କୁମାର ସାହୁଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ରଣା ରଣଜିତ୍ ସିଂ,ରୋଟାରିଅନ ଉଦିତ ବଟୁଶର୍ମା,ରୋଟାରିଅନ ରୀତା ପଟ୍ଟନାୟକ ରୋଟାରିଅନ ଅଖିଳ କୁମାର ସାହୁ ଏବଂ ସ୍ବେଚ୍ଛାସେବୀ ମାନେ ଗୋପିନାଥପୁର,କୁତୁରୀ,କାଣିପୋଖରୀ, ଛାମୁଣ୍ଡିଆ,ବେଣ୍ଟପଡା, ଗ୍ରାମରେ ପହଞ୍ଚି ପ୍ରାୟ ୨୫୦ ପରିବାରକୁ ଚୂଡା, ଚିନି ଏବଂ ବିସ୍କୁଟ ବଣ୍ଟନ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ରାସଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରାୟ ୩ଶହ ପରିବାରକୁ ଉକ୍ତ ଅନୁଷ୍ଠାନ ତରଫରୁ ରିଲିଫ ବଣ୍ଟନ କରାଯାଇଥିଲା । ସଭାପତି ଶ୍ରୀମତୀ ସିହ୍ନା ନିଜେ ଉପସ୍ଥିତ ରହି ଜନସାଧାରଣଙ୍କୁ ରିଲିଫ ବଣ୍ଟନ କରିଥିଲେ । ରୋଟାରୀ କ୍ଲବ ବିଗତ ଦିନରେ ଗଣିଆ ବ୍ଲକରେ ଉପାନ୍ତ ଅଞ୍ଚଳରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଶହ ଶହ ରୋଗୀ ମାନଙ୍କର ମାଗଣା ଚିକିତ୍ସା କରି ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କ୍ଲବର ସମ୍ପାଦକ ପଙ୍କଜ କୁମାର ସାହୁଙ୍କ ପ୍ରଚେଷ୍ଟାରେ ତଥା ସଭାପତି ସ୍ମିତା ସିନହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଅଛି । ଜନସାଧାରଣଙ୍କ ଦୁଃଖ ସମୟରେ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରୁଥିବାରୁ ତାଙ୍କୁ ବୁଦ୍ଧିଜୀବୀ ମହଲରେ କୃତଜ୍ଞତା ଜ୍ଞାପନ କରାଯାଇଛି ।
Post a Comment