ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡା ପ୍ରଜାପିତା ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପରିସରରେ ସୋମବାର ଏଗାର ଘଟିକାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ନୟାଗଡ ରୁ ବ୍ରହ୍ମl କୁମାରୀ ମିନି ଦିଦି, ଅଞ୍ଜଳି ଦିଦି, ଖଣ୍ଡପଡା ଆଞ୍ଚଳିକ ସ୍ତରରୁ ବ୍ରହ୍ମl କୁମାରୀ ମନୋରମା ଦିଦି, ବିଷ୍ନୁପ୍ରିୟା ଦିଦି ତାପସ ଭାଇଙ୍କ ସମେତ ଅନ୍ୟାନ୍ୟ ଭାଇ ଓ ଭଉଣୀ ମାନେ ଯୋଗ ଦେଇ ଖଣ୍ଡପଡାର ସାମ୍ବାଦିକ ବନ୍ଧୁ ମାନଙ୍କ ହାତରେ ରାଖୀ ବାନ୍ଧିବା ସହ ମିଷ୍ଟାନ୍ନ ପ୍ରଦାନ କରିଥିଲେ l ଏହା ପରେ ସେମାନଙ୍କ ହସ୍ତରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ଅଗଷ୍ଟ ପାଞ୍ଚ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ପଚିଶ ତାରିଖ ପର୍ଯ୍ୟନ୍ତ ସର୍ବ ଭାରତ ସ୍ତରରେ ପାଳିତ ହେବା ସହ ଏକଚାଳିଶ ଲକ୍ଷ ବୃକ୍ଷ ରୋପଣ କରାଯିବ l
ରିପୋର୍ଟ ସଂଗ୍ରାମ କେଶରୀ ଦେଓ ଖଣ୍ଡପଡ଼ା
Post a Comment