ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତିର କର୍ମକର୍ତ୍ତା ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲାର ଜନଜୀବନ ସହ ସମ୍ପୃକ୍ତ ଏକ ଦଶ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ l ପ୍ରମୁଖ ଦାବୀ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ - ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସର୍ବସାଧାରଣରେ ଘୋଷଣା ମୁ ତାବକ 2023 ମାର୍ଚ୍ଚ ମଧ୍ୟରେ ଏହି ରେଳପଥ ରେ ରେଳ ଚଳା ଚଳ କରିବା ପାଇଁ ଦୃଢ ଦାବୀ କରିବା ସହ ସମ୍ବଲପୁର - ବ୍ରହ୍ମପୁର ନୂତନ ପ୍ରସ୍ତାବିତ ରେଳପଥ ସମ୍ବଲପୁର ରୁ ଧମା, ଉଲୁଣ୍ଡା, ବିନିକା, ସୋନପୁର, ମନମୁଣ୍ଡା, କଣ୍ଟାମାଳ, ଗୋଛାପଡା, ଫୁଲବାଣୀ ଦେଇ ବ୍ରହ୍ମପୁର କୁ ସଂଯୋଗ କରି ଅନୁନ୍ନତ ଅଞ୍ଚଳ ର ବିକାଶ ପାଇଁ ଗୁରୁତ୍ୱ ଦେବାକୁ ଦାବୀ କରିଥିଲେ l ଏହା ସହିତ ସୋନପୁର ଠାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବୀ ସହ ତେଲନଦୀ - ମହାନଦୀ ସେତୁ ସଂଯୋଗ କରି ଚାରିଥାକିଆ ରାସ୍ତା ତୁରନ୍ତ ନିର୍ମାଣ, ସୋନପୁର ରିଂ ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହିତ ଏହି ରିଂ ବନ୍ଧ କୁ ତେଲନଦୀ କୂଳେ ବନ୍ୟା ନିୟନ୍ତ୍ରଣ ପାଇଁ ବୈଦ୍ୟନାଥ ସହ ସଂଯୋଗ କରିବା, ଘରୋଇ କରଣ ପରେ ଓ ଟି ଏମ କୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଛନ୍ତି ସେହି ଧାରାରେ ସୋନପୁର ସୂତାକଳ କୁ କାର୍ଯ୍ୟକ୍ଷମ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ସୋନପୁର କଲେଜ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଅର୍ଥ ନୈତିକ ଅପରାଧୀଙ୍କୁ ଦଣ୍ଡ ବିଧାନ ଏବଂ ସେଥିର ପ୍ରତିକାର ଦାବୀ ସହିତ ଗମନା ଗମନର ସୁବିଧା ପାଇଁ ସୋନପୁର ଠାରୁ ରେଢ଼ାଖୋଲ ପୂର୍ବ ଭଳି ଇଣ୍ଟରସିଟି ଲିଙ୍କ ବସ ଚାଲୁ କରିବା ପାଇଁ ଦୃଢ ଦାବୀ କରିଥିଲେ l କମିଟି ତରଫରୁ ସୋନପୁର ଠାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁନଃ ଦାବୀ କରାଯାଇଥିଲା l ଏହି ଆନ୍ଦୋଳନ ରେ ସମନ୍ୱୟ ସମିତି ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ମହାରଣା ଙ୍କ ସହିତ ଏ ଆଇ ଟି ୟୁ ସି, ଏ ଆର ୟୁ ଟି ୟୁ ସି, ଏ ଆର ସି ସି ଟି ୟୁ, ବି ଏମ ଏସ, ଏଚ ଏମ ଏସ, ଆଇ ଏନ ଟି ୟୁ ସି କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ନେତୃ ମଣ୍ଡଳୀ ଶ୍ରୀ ସୂର୍ଯ୍ୟକାନ୍ତ ରାଉଳ, କୁଶ ମାହାକୁର,ଶୁସାନ୍ତ କୁମାର ପଣ୍ଡା, ମନୋରଞ୍ଜନ ପାଣ୍ଡେ, ଉପେନ୍ଦ୍ର ଥାଟି, ନେହେରୁ ଷାଣ୍ଢ, କୃଷ୍ଣ ଚନ୍ଦ୍ର କମ୍ପ, ଅର୍ଜୁନ ବାଦୀ, ସାରଥୀ ଭେସ୍ରା, ପ୍ରମୁଖ ନେତୃ ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରି ଦାବୀ ପୂରଣ ପାଇଁ ବିହିତ ପଦକ୍ଷେପ ନେବାପାଇଁ ଆଲୋଚନା କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment