୬୪୦ ବୋତଲ ନକଲି କଫ ସିରଫ ସହ ୨ ବାଇକ ଜବତ : ୨ ଗିରଫ ।
ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅଞ୍ଚଳ ରେ ନିଶା ବଟିକା ପକାଇ ବେ ଆଇନି ଘୋଷିତ ହୋଇଥିବା ନକଲି କଫ ସିରଫ(ଏସ କଫ) ତିଆରି କରି ବିକ୍ରୟ କରିବା ଅଭିଯୋଗ ରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ଶଙ୍କର୍ଷଣ ପଣ୍ଡା ଓ ପ୍ରଭାତ କୁମାର ପରିଡା ବୋଲି ପୋଲିସ ସୂତ୍ର ରୁ ଜଣା ପଡ଼ିଛି । ଶଙ୍କର୍ଷଣ ଙ୍କ ଘର ଦଶପଲ୍ଲା ଥାନା ଖଣ୍ଡପଡା ଗ୍ରାମରେ ହୋଇଥିବା ବେଳେ ପ୍ରଭାତ ଙ୍କ ଘର ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମରେ ବୋଲି ଜଣା ପଡ଼ିଛି । ଉଭୟ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ । ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଦଶପଲ୍ଲା ସବଜେଲ କୁ ପଠାଇ ଦିଆଯାଇଛି । ସେମାନ ଙ୍କ ଠାରୁ ୬୪୦ ବୋତଲ ନିଶା କଫ ସିରଫ ଏସକଫ ଜବତ ହୋଇଥିବା ବେଳେ ଦୁଇଟି ବାଇକ ଓ ଦୁଇଟି ମୋବାଇଲ ଜବତ କରାଯାଇଛି । ଦଶପଲ୍ଲା ଅଂଚଳ ରେ ନକଲି କଫ ସିରଫ(ଏସକଫ) ତିଆରି କରାଯାଇ ବିକ୍ରୟ କରାଯାଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହି କଫ ସିରଫ ଧରି ଆସୁଥିବା ବେଳେ ସ୍ଥାନୀୟ ଚକ୍ରଧର ପୁର ଠାରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,
إرسال تعليق