BREAKING
Loading...
:

ଲଘୁଚାପ ଜନିତଲଗାଣ ବର୍ଷା :ଧୋଇଗଲା ଅସ୍ଥାୟୀ ପୋଲ: ରାଇକିଆ- ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ

 ଲଘୁଚାପ ଜନିତଲଗାଣ ବର୍ଷା :ଧୋଇଗଲା ଅସ୍ଥାୟୀ ପୋଲ: ରାଇକିଆ- ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ






ବାଲିଗୁଡା,(ମଣିଭଦ୍ରା ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି - ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନ ରେ ଧୋଇଯିବା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତ ୨୦୧୮  ତିତିଲି ବାତ୍ୟା ରେ ଏଠାରେ ଥିବା ସ୍ଥାୟୀ ପୋଲ ଟି ଧୋଇ ଯାଇଥିଲା। ସେବେଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକା ଯାଇ ଡ୍ରାଇଭରସନ୍ ନିର୍ମାଣ କରାଯାଇ ଯାନବାହାନ ଚଳାଚଳ କରୁଥିଲା । ଇତି ମଧ୍ୟରେ ଚାରିବର୍ଷ ବିତି ଯାଇଥିଲେ ମଧ୍ୟ ସ୍ଥାୟୀ ପୋଲଟି  ନିର୍ମାଣ କରାଯାଇ ନଥିଲା । ଫଳ ସ୍ୱରୂପ ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଡ଼ାଇଭରସନ୍ ଧୋଇ ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ  ବିଛିନ୍ନ ହୋଇଛି । ପ୍ରତ୍ୟେକ ବର୍ଷ ଏହିପରି ଡ଼ାଇଭରସନ୍ ଧୋଇ ହୋଇ ଯାଉ ଥିଲେ ମଧ୍ୟ କେବଳ ମାଟି ପକାଇ ଅସ୍ଥାୟୀ ଭାବେ ଯାନ ବାହନ ଚଳା ଚଳ ହେଉଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାୟୀ ପୋଲ ଟିକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା, ଜି. କନ୍ଧମାଳ

Post a Comment

Previous Post Next Post
Header ADS