BREAKING
Loading...
:

ସକାଳ' ଓ ନନ୍ଦିଘୋଷ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

 'ସକାଳ' ଓ ନନ୍ଦିଘୋଷ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ 

'ରକ୍ତ ଦାନ ମହତ ଦାନ' l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଳଡ ବ୍ୟାଙ୍କଠାରେ ସକାଳ ଖବରକାଗଜ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ମହାନଦୀ ଧାରା ଅନୁଷ୍ଠାନର ସହାୟତାରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ପୌରପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ,  ପୁଲିସ୍ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟିତ କରିଥିଲେ । ସକାଳ ଖବରକାଗଜର ଜିଲ୍ଲା ପ୍ରତିନିଧି ଧରଣୀଧର ମିଶ୍ର, ନନ୍ଦିଘୋଷ ଟିଭିର ଜିଲ୍ଲା  ପ୍ରତିନିଧି ମନୋଜ ମିଶ୍ର ଏବଂ ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ବହୁମୂଲ୍ଯ   ରକ୍ତ ଦାନ ଦ୍ବାରା ଜଣଙ୍କର ଜୀବନ ବଞ୍ଚୁଥିବାରୁ ରକ୍ତ ଦାନ ଏକ ମହତ ଦାନ ବୋଲି ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି । ସେହିପରି 'ସକାଳ' ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇ ପୌରାଧ୍ୟକ୍ଷା  ତାମସି ତାମସ୍ମିତା ନାଏକ କହିଛନ୍ତି ଏଭଳି ଶିବିର ଆୟୋଜିତ ହେଉଥିବା ଦ୍ବାରା ରକ୍ତର ଅଭାବରୁ ଏଣିକି କାହାର ଜୀବନ ଯିବ ନାହିଁ । ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମହାନଦୀ ଧାରା ଅନୁଷ୍ଠାନର ଚାରି ଜଣ ଛାତ୍ର ପ୍ରଥମ ଥର ପାଇଁ ରକ୍ତ ଦାନ କରି ଖୁବ୍ ଖୁସି ଅନୁଭବ କରିଛନ୍ତି ।  ଡାକ୍ତର ଦୁର୍ଗାଦତ୍ତ ଦାଶ, ସୁବାସ ଚନ୍ଦ୍ର ପଣ୍ଡା, ଜଗତ ଦରୁଆନ, ଯୁଧିଷ୍ଠିର ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ ଶିବିର ପରିଚାଳନା କରିଥିଲେ । ଜିଲ୍ଲା ରକ୍ତ ଦାତା ସଂଘର ସଭାପତି ସମାଜସେବୀ ମନୋଜ ପଣ୍ଡା ସଂଘ ତରଫରୁ ସମସ୍ତ ରକ୍ତଦାତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିରରେ ସାମ୍ବାଦିକ ପିତାମ୍ବର ମହାପାତ୍ର, ପ୍ରକାଶ ବେବର୍ତ୍ତା, ସୁଶାନ୍ତ ପ୍ରଧାନ, ସହଦେବ ମେହେର, ମାନଭଞ୍ଜନ ପୂଜାରୀ, ଧନଞ୍ଜୟ ଆଡଯୁଆଡି ପ୍ରମୁଖ ଉପସ୍ଥିତ ଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS