ଗଙ୍ଗାଧର ସାହିତ୍ୟ ସମାଜ ପାଇଁ ଚେତନା ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନର ଆଲୋଚନା ଚକ୍ର
ସୁବର୍ଣ୍ଣପୁର, ମଣିଭଦ୍ରା ଖବର)ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦଧିବାବନ ଉଚ୍ଚବିଦ୍ୟାଳୟ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଗଙ୍ଗାଧର ମେହେରଙ୍କ ଜନ୍ମ ଦିନ ଅବସରରେ ଏକ ଆଲୋଚନା ଚକ୍ର ସାହିତ୍ୟିକ ଦିଲ୍ଲୀପ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯୁବକବି ରଂଜୁ ଅମାତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କବି ତଥା ଶିକ୍ଷାବିତ ଶ୍ରୀଧର ବାଗ,ଅନ୍ୟତମ ସ୍ୱତନ୍ତ୍ର ଅତିଥିଭାବେ ଅଧ୍ୟାପକ ଦେବଦାସ ମହାପାତ୍ର,ମୁଖ୍ୟଆଲୋଚକ ଭାବେ ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର ଓ ମୁଖ୍ୟ ଆୟୋଜକ ଭାବେ କବି ରାଜକିଶୋର ସାହୁ ଯୋଗଦେଇ ଗଙ୍ଗାଧର ସାହିତ୍ୟ ସମାଜରେ କିପରି ଏକ ଚେତନା ସୃଷ୍ଟି କରିଛି ତାହା ଆଲୋଚନା କରିଥିଲେ ।ଶେଷରେ କବି କୁମାର ଭାର୍ଜନ ଧନ୍ୟବାଦ ଦେଇଥିଲେ ।ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ଆସରରେ କବି ଭାଗିରଥି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ କବି ଈଶ୍ୱର ସାହୁ ଓ କବି ରଂଜୁ ଅମାତ ଗଂଗାଧର ଙ୍କ ଉପରେ ଆଧାରିତ କବିତା ଗୁଡିକ ସଂଯୋଜନା କରିଥିବାବେଳେ ଏଥିରେ କବି ନମିତାରାଣୀ ରଥ,ଅଜିତ ଗିରି,ସଂଜୀବ କୁମାର ପ୍ରହରାଜ, ସୁନନ୍ଦ ତ୍ରିପାଠୀ,ପ୍ରଭାତ ଖମାରୀ,କସ୍ତୁରୀ ପ୍ରଧାନ,ଗୋପାଳ ପ୍ରଧାନ, ପ୍ରମୁଖ କବି ଯୋଗ ଦେଇଥିବା ବେଳେ କବି ଜଗନ୍ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସୁଧୀର ଖଟୁଆ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment