BREAKING
Loading...
:

ଦୁଇ ପ୍ରଧାନଶିକ୍ଷକ ଏବଂ ଜଣେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ଦୁଇ ପ୍ରଧାନଶିକ୍ଷକ ଏବଂ ଜଣେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଣିଆ - ଗଣିଆ ବ୍ଳକର ଦୁଇ ପ୍ରଧାନଶିକ୍ଷକ ଏବଂ ଜଣେ ଶିକ୍ଷକଙ୍କୁ ନିଜ ନିଜ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡଙ୍କାରିସାହିର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ପ୍ରସାଦ ପ୍ରଗଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପରମଗୁରୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଳତିପୁଟର ରାସ ବିହାରୀ ମୁଦୁଲି ଅବସର ନେଇଛନ୍ତି । 

ଆଜିର ଏହି ଅବସରକାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ବିନୋଦିନୀ ପଣ୍ଡା,ରାସଙ୍ଗ ସରପଞ୍ଚ ମାନସ କୁମାର ମହାଖୁଡ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରଧାନଶିକ୍ଷକ ଦ୍ବୟଙ୍କୁ ବ୍ଳକ ଶିକ୍ଷା ଅଧିକାରୀଙ୍କ ତରଫରୁ ଫାଇନାଲ ପେନସନ ପ୍ରଦାନ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ନୂତନ ପେନସନଧାରୀ ଶିକ୍ଷକ ରାସବିହାରୀ ମୁଦୁଲିଙ୍କୁ କୈାଣସି ସରକାରୀ ପେନସନ ଭୁକ୍ତ କରାଯାଇନଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବିଦାୟୀ ଶିକ୍ଷକଙ୍କୁ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରି ନିଜ ନିଜର ବାସଭବନରେ ଛାଡ଼ି ଦେଇଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS