BREAKING
Loading...
:

ସ୍ୱଚ୍ଛ ଭାରତ ପକ୍ଷରୁ ବୃକ୍ଷ ପୂଜନ, ରକ୍ଷା ବନ୍ଧନ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ l -

 ସ୍ୱଚ୍ଛ ଭାରତ ପକ୍ଷରୁ ବୃକ୍ଷ ପୂଜନ, ରକ୍ଷା ବନ୍ଧନ  ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ l -

 



ସୁବର୍ଣ୍ଣପୁର (ଉଗ୍ରସେନ କର୍ମୀ)ସ୍ଥାନୀୟ ଫରେଷ୍ଟ ପାର୍କ ରେ ଗଛ ଗୁଡିକୁ ଆଜି ପୂଜା ଅର୍ଚନା କରିବା ପରେ  ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ର ଏକ ଅଭିନଵ ପ୍ରୟାସ କଲେ ସୋନପୁର ର ସ୍ୱଚ୍ଛ ଭାରତ ସଂଗଠନ l ଏବଂ ଗଛ ବଞ୍ଚାଅ ପରିବେଶ ବଞ୍ଚାଅ, ସେଭ ଏନଭାରନ୍ମେଣ୍ଟ ସେଭ ଲାଇଫ, ୱାନ 1 ଟ୍ରି ଇକ୍ୱାଲ ଟୁ ଟେନ 10 ସନ  ବିଭିନ୍ନ ସ୍ଲୋଗାନ ର  ପ୍ଲା କାର୍ଡ ଧରି  ନାରା ଦେଇଥିଲେ l ଓ ରାକ୍ଷୀ ବାନ୍ଧିବା ସହିତ ଶହ ଶହ ଗଛ ମାନଙ୍କ  ରେ ଏହି ପ୍ଲା କାର୍ଡ  ମାନ ବାନ୍ଧି  ଲୋକଙ୍କୁ ସଚେତନ କରି ଏକ ନିଆରା ଢଙ୍ଗ ରେ ରକ୍ଷା ବନ୍ଧନ ଉସ୍ସବ ପାଳନ କରି ସମାଜ କୁ ଏକ ଭିନ୍ନ ବାର୍ତ୍ତା ପହଞ୍ଚାଇଥିଲେ ଏହି ସ୍ବେଛାସେବୀ ମାନେ l   ସଂଗଠନ ର ଉପଦେଷ୍ଟା ତଥା ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ ଓ ଇନ୍ଦୁ ମତି ପୁରୋହିତ ଙ୍କ ନେତୃତ୍ୱ ଓ  ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରିଜର୍ଭ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ  କୁମାର ପଟେଲ, ଫରେଷ୍ଟ ବିଭାଗ ର ବରିଷ୍ଠ କର୍ମଚାରୀ  ପ୍ରବୀଣ ରଥ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ସଭ୍ୟ ଗରିବ ଲୋଇ, ସ୍ବେଛାସେବୀ  ମନୋଜ ପଣ୍ଡା, ପ୍ରମୋଦ ସାହୁ, ଲଡ଼ୁ କିଶୋର ମଲ୍ଲିକ, ସଂଗୀତା ନାଏକ, ସୁରଭି ପ୍ରିୟଦର୍ଶନୀ, ମନୀଷା ବେହେରା, ପୌର କର୍ମଚାରୀ ହରିଶଙ୍କର ଚୌଧୀରି  ସୋହମ ସାହୁ,  ପ୍ରମୁଖ  ସହର ର ବହୁ ମହିଳା, ଯୁବକ, ଯୁବତୀ ଏହି କାର୍ଯ୍ୟକ୍ରମ ରେ ସାମିଲ ରହି ଗଛ ରେ ରାକ୍ଷୀ ବାନ୍ଧି ପରିବେଶ ର ସୁରକ୍ଷା ଲାଗି ସଂକଳ୍ପ ନେଇଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS