BREAKING
Loading...
:

ବୃତ୍ତଗ ନଦୀରେ ଭାସିଯାଇ ଜଣେ ମୃତ

 ବୃତ୍ତଗ ନଦୀରେ ଭାସିଯାଇ ଜଣେ ମୃତ




ଦଶପଲ୍ଲା (ମଣିଭଦ୍ରା ଖବର)ଦଶପଲ୍ଲା ପଶ୍ଚିମାଞ୍ଚଳ,ବାଣୀଗୋଛା ଥାନା ଅନ୍ତର୍ଗତ ଗୁଣ୍ଡୁରୀବାରୀ ଗ୍ରାମର ଉଦ୍ୟନାଥ ଜାନୀ ( ପେଟୁ ) ଗତକାଲି ଅପରାହ୍ନରେ ନିକଟସ୍ଥ ବୃତ୍ତଗ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ, ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ । ଖବରପାଇ ଗ୍ରାମବାସୀ ଓ ଆତ୍ମୀୟସ୍ବଜନ ଗତକାଲି ରାତିସାରା ଖୋଜାଖୋଜି କରିବାପରେ, ଆଜି ସକାଳ ଦଶଘଟିକା ସମୟରେ ତାଙ୍କ ମୃତଦେହ ନିକଟସ୍ଥ ଚିନାକଟା ଘାଟ ଠାରେ ଭାସୁଥିବା ଅବସ୍ଥାରେ ଠାବ କରାଯାଇଛି । ଆଜି ଦିନ ୧୨ ଟା ୦୮ ସମୟେ ବହୁ କଷ୍ଟରେ ଗ୍ରାମବାସୀମାନେ ଶବ ଉଦ୍ଧାର କରିଥିଲେ । ମୃତ ଉଦ୍ୟନାଥ ଜଣେ ଗରିବ ଲୋକ ହେଲେ ବି,ଅତ୍ୟନ୍ତ ମେଳାପୀ ଓ ଉତ୍ତମ ବ୍ୟକ୍ତି ହୋଇଥିବାରୁ ତାକଂ ମୃତ୍ୟୁରେ ସେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଥାଉକି ,ପ୍ରତିବର୍ଷ ଖରସ୍ରୋତା ବୃତ୍ତଗ ନଦୀରେ ଭାସିଯାଇ ଅନେକ ବ୍ୟକ୍ତିଙ୍କର ପ୍ରାଣହାନି ଘଟୁଥିବାବେଳେ,ପ୍ରସାଶନ ମୃତ୍ୟୁକାଳୀନ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଂଚଳର କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS