BREAKING
Loading...
:

ଦଶପଲ୍ଲାର ବିଶିଷ୍ଚ ବ୍ୟକ୍ତିତ୍ବ ରାଧାବାବୁଙ୍କ ଦେହାନ୍ତ ।

 ଦଶପଲ୍ଲାର ବିଶିଷ୍ଚ ବ୍ୟକ୍ତିତ୍ବ ରାଧାବାବୁଙ୍କ ଦେହାନ୍ତ ।




ଦଶପଲ୍ଲା, ମଣିଭଦ୍ରା ଖବର 

କେବଳ ଜନ୍ମମାଟି ଦଶପଲ୍ଲା ଅଞ୍ଚଳ ନୂହେଁ ସମଗ୍ର ରାଜ୍ୟର ଜଣେ ଜଣାଶୁଣା ବ୍ୟକ୍ତିତ୍ବ , ଏକଦା କୁଂଜବନଗଡ ରାଜ ପରିବାରର ଘନିଷ୍ଠ ସହଯୋଗୀ, ବିଶିଷ୍ଟ ଶିକ୍ଷାବିତ୍, ବ୍ୟବସାୟୀ, ସମାଜସେବୀ ତଥା ରାଜନୈତିକ ମଙ୍ଗୁଆଳ ରାଧାମୋହନ ସୁବୁଦ୍ଧିଙ୍କର ଗତ ରାତି ଘ୧୧।୧୦ ମିନିଟ ସମୟରେ ଦେହାନ୍ତ ହୋଇଯାଇଛି । ସ୍ନ୧୯୩୩ମସିହା ସେପ୍ଟେମ୍ବର ମାସରେ  ଜନ୍ମିତ ରାଧାବାବୁ ଆଗାମୀ ସେପ୍ଟେମ୍ବରରେ ୯୦ବର୍ଷରେ ପଦାର୍ପଣ କରିଥାନ୍ତେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ୨ୟପୁତ୍ର ତଥା ପୂର୍ବତନ ସରପଞ୍ଚ ବିଜୟାନନ୍ଦ ମୁଖାଗ୍ନି ଦେଇଛନ୍ତି । ତାଙ୍କ ପିତା ବୃନ୍ଦାବନ ସୁବୁଦ୍ଧିଙ୍କ ନାମରେ ସ୍ଥାପିତ ମହାବିଦ୍ୟାଳୟ ଆଜି ମହାଦ୍ରୁମରେ ପରିଣତ ହୋଇଛି । ଦଶପଲ୍ଲାରେ ପ୍ରଥମ ସିନେମା ହଲ କରି ସେଥିରୁ ଆୟ ଅର୍ଥରେ କଲେଜ ଚଳାଇବା ତାଙ୍କ ମାନବିକତାର ପରିଚୟ । ବଜାର ଦେଖି ପାରୁ ନଥିବା ଅଞ୍ଚଳ କଳସାଖମଣ, ନୂଆଗାଁ କୁ "ବଜରଙ୍ଗୀ" ନାମକ ଏକ ବସ୍ ଚଳାଇ ସହର ସହ ଗ୍ରାମାଞ୍ଚଳକୁ ଯୋଡିବାରେ ତାଙ୍କର ଅବଦାନ ଯଥେଷ୍ଟ । ସେ ବହୁବାର ଆମେରିକା ଯାଇ ସେଠିକାର ଚଳଣି ସଂପର୍କରେ ଆଲୋଚନା କରନ୍ତି । ତାଙ୍କର ୪ଗୋଟି ପୁଅରୁ ସବା ବଡ ଏବଂ ସବାସାନ ଉଭୟ ହୃଦଘାତ ଯୋଗୁ ମୃତ୍ୟୁ ବରଣ କରିବା ତାଙ୍କ ପାଇଁ ଏକ ବିରାଟ ମାନସିକ ଧକ୍କା ଦେଇଥିଲା । ପରେ ପରେ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହେବା ସହ ଆଜି ପରଲୋକ ଗମନ କଲେ ।ଖବର ପାଇ ବହୁ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS