BREAKING
Loading...
:

ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବୈଠକ

 ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବୈଠକ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ସଭାଗୃହ ଠାରେ ସଭାପତି ଡ. ଜ୍ୟୋତିରଞ୍ଜନ ବହିଦାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ସଂଘ ର ବରିଷ୍ଠ ସଭ୍ୟ ଶ୍ରୀ ବିପିନ ବିହାରୀ ମିଶ୍ର ପ୍ରାକ୍ତନ ଶିକ୍ଷକ ମହାରାଜା ହାଇସ୍କୁଲ ସୋନପୁର ଙ୍କ ଅବର୍ତ୍ତମାନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ବରିଷ୍ଠ ନାଗରିକ ସଂଘର ଏକ ସ୍ଥାୟୀ ନିଜସ୍ୱ କାର୍ଯ୍ୟାଳୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିବାକୁ ପ୍ରସ୍ତାବ ଗୃହୀତ କରାଯାଇଛି l ଏହା ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବ୍ୟାଙ୍କ, ଡାକ୍ତରଖାନାରେ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେବାକୁ ସ୍ଥିର କରାଗଲା l ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ପ୍ରତ୍ୟେକ ମାସର ଶେଷ ଦିନ ରେ ପେନସନ ଯୋଗାଇବା ପାଇଁ ଦୃଢ ଦାବୀ ଉପସ୍ଥାପନ କରାଗଲା l ଶେଷରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ସ୍ଥିର କରା ଗଲା l ଉକ୍ତ ସଭାରେ ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ, ବରିଷ୍ଠ ସଭ୍ୟ ବ୍ୟୋମକେଶ ଦାଶ, ଡା. ସନ୍ତୋଷ କୁମାର ପାଢ଼ୀ, ମନୋରଞ୍ଜନ ବହିଦାର, ସତ୍ୟନାରାୟଣ ମିଶ୍ର ପ୍ରଭୁତି ଅଂଶ ଗ୍ରହଣ କରିଥିଲେ l ଶେଷରେ କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ ଦେଇଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS