ଆଜାଦି କା ଅମୃତ ମହୋତ୍ସବ ପାଳିତ
ଖଣ୍ଡପଡ଼ା (ମଣିଭଦ୍ରା ଖବର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା ଉତ୍ସବକୁ ଖଣ୍ଡପଡା ଅଂଚଳର ବାସିନ୍ଦା ଆଜି ଖୁବ ଧୁମ ଧାମରେ ପାଳନ କରିଛନ୍ତି, ଏଥିରେ ଖଣ୍ଡପଡା ଯୁବକ ସଙ୍ଘ ସହିତ ବରିଷ୍ଠ ନାଗରିକମାନେ ମଧ୍ୟ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିଛନ୍ତି l ଏଥିରେ ଆର ଏସ ଏସର ଜିତେନ୍ଦ୍ର କୁମାର କାଠିଆ, ପରମେଶ୍ୱର ମହାନ୍ତି, ପରାଶର ମିଶ୍ର ତଥା ଖଣ୍ଡପଡା ଯୁବକ ସଙ୍ଘର ମହେନ୍ଦ୍ର କୁମାର ବାରିକ, ସୁଶାନ୍ତ କୁମାର ମହାରଣା ଏବଂ ବରିଷ୍ଠ ନାଗରିକ ଧନେଶ୍ୱର ମହାପାତ୍ର ଓ ବହୁ ନାଗରିକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ lଏଥିସହ ଆର ଏସ ଏସ କାର୍ଯ୍ୟ କର୍ତ୍ତା ମାନେ ରକ୍ଷା ବନ୍ଧନ ଦିବସରେ ଘର ଘର ବୁଲି ସମସ୍ତଙ୍କୁ ରାକ୍ଷୀ ବାନ୍ଧିଥିଲେ l
ଖଣ୍ଡପଡ଼ାରୁ ସଂଗ୍ରାମ କେଶରୀ ଦେଓଙ୍କ ରିପୋର୍ଟ ମଣିଭଦ୍ରା ଖବର
إرسال تعليق