ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ କୂଅରେ ବ୍ଳିଚିଙ୍ଗ ପାଉଡର ସିଞ୍ଚନ
ଗଣିଆ ୧୦/୦୮(ମଣିଭଦ୍ରା ଖବର) ଗଣିଆରେ ଗତ ୩ ଦିନ ଧରି ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଭଳି ସ୍ଥଳେ ଗାଁ ଗୁଡ଼ିକରେ ଥିବା କୂଅ ଗୁଡ଼ିକରେ ବର୍ଷାଜଳ ପ୍ରବେଶ କରି ଦୂଷିତ ହୋଇଛି । ଉକ୍ତ ଦୂଷିତ ପାଣି ପାନ କରି ଲୋକେ ଥଣ୍ଡା ଜ୍ବର,ଝାଡ଼ା ଭଳି ରୋଗରେ ପୀଡିତ ହେବାର ଆଶଙ୍କା କରି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମଧୁସୂଦନ ଦାସ ସ୍ବାସ୍ଥ୍ୟ କର୍ମୀ,ଆଶା କର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା କୂଅ ଗୁଡ଼ିକରେ ବ୍ଳିଚିଙ୍ଗ ପାଉଡର ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟ କର୍ମଚାରୀ ମାନେ ପ୍ରଥମ ଦିନରେ କିଶୋର ପ୍ରସାଦ,ପତୁରିଆ, କରଡାପଡା, ଛାମୁଣ୍ଡିଆ, ନୂଆପଡ଼ା ଆଦି ଗ୍ରାମରେ ଥିବା କୂଅ ଗୁଡ଼ିକରେ ବ୍ଳିଚିଙ୍ଗ ପାଉଡର ସିଞ୍ଚନ କରିଛନ୍ତି । ଜଳ ଦ୍ବାରା ଅନେକ ରୋଗ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗର ଏଭଳି ଆଗୁଆ ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment