BREAKING
Loading...
:

ବିନା ମୋବାଇଲ ଏବଂ ଟିୟୁସନରେ ବାଙ୍କୀ ଉପଖଣ୍ଡରେ ଅନୁ ବାରିକ ଯୁକ୍ତ ଦୁଇ କଳା ଟପର ----------

 ବିନା ମୋବାଇଲ ଏବଂ ଟିୟୁସନରେ ବାଙ୍କୀ ଉପଖଣ୍ଡରେ  ଅନୁ ବାରିକ ଯୁକ୍ତ ଦୁଇ କଳା ଟପର



 ବାଙ୍କୀ (ମାନସ ରଞ୍ଜନ ସାହୁ ):ଚଳିତ ବର୍ଷର ଯୁକ୍ତ ଦୁଇ କଳା, ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଛି |ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଅରପୁର, ଗ୍ରାମର ସ୍ବର୍ଗତ ଭଜମନ ବାରିକଙ୍କ ସାନ ଝିଅ କୁମାରୀ ଅନୁ ବାରିକ  ଡମପଡା ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ବର୍ଷ +୨ କଳାରେ ପରୀକ୍ଷା ଦେଇ ୫୪୩ ନମ୍ବର  ଅର୍ଥାତ ୯୧ ପ୍ରତିଶତ ନମ୍ବର ରଖି ବାଙ୍କୀ ଉପଖଣ୍ଡ ମହାବିଦ୍ୟାଳୟ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ବିନା ଟିୟୁସବ ଏବଂ ମୋବାଇଲରେ ଘରେ ଦିନକୁ ପଢ଼ାରେ ଛଅ ସାତ ଘଣ୍ଟା ପାଠ ପଢ଼ୁଥିବା ଅନୁ ଦଶମ ପରୀକ୍ଷାରେ  ଅଳ୍ପ କେତେ ନମ୍ବରରୁ A/୧ ରୁ ବଂଚିତ ହୋଇଥିଲେ | କିଂତୁ ସେହି ଦିନ ଠାରୁ  ପଢ଼ିବାର ଦୃଢ଼ ଇଛାଶକ୍ତି ଏବଂ ମହତ ଲକ୍ଷ ପାଇଁ ଆଜି +୨ କଳାରେ  ନିଜକୁ ଗୋଟେ ଭଲ ସ୍ଥାନରେ ରଖିପାରିଛନ୍ତି  | ଏହି ଗରିବ ମେଧାବୀ ଛାତ୍ରୀ ଜଣଙ୍କ ନିଜ ସଫଳତାର ସବୁ ଶ୍ରେୟ ଦାଦା ଖୁଡିଙ୍କୁ ଦେଇଛନ୍ତି  | ନିଜେ ପଢ଼ିବା ସହିତ ଅବସର ସମୟରେ ଛୋଟ ଛୋଟ ପିଲାମାନଙ୍କୁ ଟିୟୁସନ ମଧ୍ୟ କରୁଛନ୍ତି କାରଣ ତାଙ୍କର ଲକ୍ଷ 

ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବା | ଅତ୍ୟନ୍ତ ଗରିବ ଶ୍ରେଣୀର ଘର ହୋଇଥିବା ଅନୁ ବାରିକଙ୍କ ବୋଉ ଜେମା ଦେଇ ଅରପୁର ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ସହାୟକ ଭାବେ କାର୍ଯ୍ୟ କରୁଛନ୍ତି |  ଅନୁ ବର୍ତ୍ତମାନ ସେହି ଡମପଡା ଡିଗ୍ରୀ କଲେଜରେ +୩ ରେ ଶିକ୍ଷା ସମ୍ମାନ ନେଇ ପଢ଼ିବେ  ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି | ପାଠପଢ଼ାରେ ଛୋଟ ବଡ଼ କଲେଜ କିଛି ନ ଥାଏ  ବରଂ ଆମକୁ ନିର୍ଦ୍ଧିଷ୍ଟ ଲକ୍ଷ ରଖି ପଢିବାକୁ ହେଵ ବୋଲି ଅନୁ ବାରିକ ତାଙ୍କ ବାର୍ତ୍ତାରେ  ସାନ ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେଇଛନ୍ତି | ଗାଁ ମାଟିକୁ ପରିଚିତ କରାଇବାରେ ସହାୟ ହୋଇଥିବା ଅନୁଙ୍କୁ ଅରପୁର ଗ୍ରାମ୍ୟ କମିଟିର ସଂଯୋଜକ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଜୟାନନ୍ଦା ବିଶ୍ୱଳ, ବିପିନ ବିହାରୀ ନାୟକ, ସୁଧାଂଶୁ ଶେଖର ନାୟକ, ବିକାଶ ସ୍ୱାଇଁ, ବାବୁଲି ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି |

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS