ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ କିରାଣୀ
ହଟୁନି ଦୁର୍ନୀତି ତୁଟୁନି ସରକାରୀ କର୍ମଚାରୀଙ୍କ ଲାଞ୍ଚ ମୋହ । ସେବା ଯୋଗାଇ ଦେବା ପାଇଁ ନିଯୁକ୍ତ ହୋଇ ପଦଵୀକୁ ବେପାରରେ ଲଗାଇ ଲାଞ୍ଚ ପାଇଁ ଶୋଷଣ କରୁଛନ୍ତି ସରକାରୀ ବାବୁମାନେ । ଯିଏ ଧରାପଡିଲା ଲାଞ୍ଚୁଆ ଆଉ ଯିଏ ଧରାନପଡ଼ିଲା ସେ ସାଧୁ । ତେବେ ପ୍ରାୟତଃ ଲାଞ୍ଚ କାରବାର ସବୁ ଅଫିସରେ ଏକପ୍ରକାର ମାମୁଲି କଥା ନୁହେଁ ପ୍ରଥା ପାଲଟି ଯାଇଥିବା କୁହାଯାଉଛି । ହେଲେ ଠିକ ଏହି ଢଙ୍ଗରେ ଏକ ଲାଞ୍ଚ କାରବାର ଭଳି ଘଟଣା ସାମ୍ନାକୁ ଆସିଛି। ଆଉ ଲାଞ୍ଚ ନେଉଥିବା ଅଭିଯୋଗରେ ମାଡିବସି ନିଜ ହେପାଜତକୁ ନେଇଛି ଭିଜିଲାନ୍ସ । ତେବେ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ଠାରେ ଥିବା ବାରିପଦା ପୌରପରିଷଦର । ବାରିପଦା ପୌରପରିଷଦର ଏଷ୍ଟାବ୍ଲିଶମେଣ୍ଟ ସେକସନରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଗୋପାଳ କୃଷ୍ଣ ପ୍ରଧାନ ଦୋକାନ ଘରର ମାଲିକାନା ପରିବର୍ତ୍ତନ ପାଇଁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଅଭିଯୋଗକାରି ମହମ୍ମଦ ଯାଭିରଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ବାରିପଦା ଭିଜିଲାନ୍ସ ଟିମ୍। ତେବେ ଏହି ଘଟଣା ସହରରେ ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଲାଞ୍ଚ ନେଇଥିବା ଅଭିଯୋଗରେ ଗୋପାଳକୃଷ୍ଣ ପ୍ରଧାନଙ୍କୁ ନିଜ ହେପାଜତକୁ ଭିଜିଲାନ୍ସ ନେଇଥିବା ବେଳେ ଅଭିଯୋଗକୁ ଶ୍ରୀ ପ୍ରଧାନ ଅସ୍ବୀକାର କରୁଥିବା ସତ୍ତ୍ବେ ଗଣମାଧ୍ୟମର ସମ୍ମୁଖରେ ପ୍ରତିକ୍ରିୟା ଦେବାର ସୁଯୋଗ ଦେଇନଥିବା ଭଳି ଘଟଣା ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଥିବା ଦେଖିବାକୁ ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment