BREAKING
Loading...
:

ହିନ୍ଦୋଳ ରେ ହାତୀ ଦୌରାତ୍ମ ର ନିରାକରଣ ପାଇଁ ତେଜୁଛି ଜନ ଆନ୍ଦୋଳନ।

 ହିନ୍ଦୋଳ ରେ ହାତୀ ଦୌରାତ୍ମ ର ନିରାକରଣ ପାଇଁ ତେଜୁଛି ଜନ ଆନ୍ଦୋଳନ



ହାତୀ ହଟାଅ ଜନ ଜୀଵନ ବଞ୍ଚାଅ ବୁଦ୍ଧିଜୀବୀ ଦେଲେ ସ୍ଳୋଗାନ।ହାତୀ ପାଇଁ ସରକାର ନିଅନ୍ତୁ ପଦକ୍ଷେପ,ହିନ୍ଦୋଳ ଵାସୀ ଙ୍କ ଜୀବନ ଅସ୍ତ ବ୍ୟସ୍ତ।

***************************

ହିନ୍ଦୋଳ ଜନ ସାଧାରଣ ଙ୍କର ସୁରକ୍ଷା ପାଇଁ ଅଣ୍ଟା ଭିଡୁଛି ହିନ୍ଦୋଳ ଜନ ସୁରକ୍ଷା ମଞ୍ଚ।

***************************ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ର ୩୫ ଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୧୮୦ ଟି ଗ୍ରାମ,ହାତୀ ମାନଙ୍କ ଦୌରାତ୍ମ ରେ ଜନ ଜୀଵନ ଅସ୍ତବ୍ୟସ୍ତ ହୋଇ ପଡିଥିଵା ବେଳେ ହିନ୍ଦୋଳ ବନଖଣ୍ଡ ରେ ପ୍ରାୟ ୧୭୦ ରୁ ଅଧିକ ହାତୀ ଙ୍କର ଅବାଧ ବିଚରଣ ରେ ଲୋକ ମାନେ ଏବେ ଘରୁ ବାହାରକୁ ବାହାରିବା ପାଇଁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।ଏପଟେ ପେଟ ପାଟଣା କଣ ଦେଖିବେ ନା ନିଜର ଜୀବନ ସୁରକ୍ଷା କରିବେ।ବିଗତ ଦୁଇ ବର୍ଷ ରେ ୭୦ ରୁ ଅଧିକ ଲୋକ ହାତୀ ଆକ୍ରମଣ ରେ ଆହତ ଓ ନିହତ ହେବା ପରେ ବି ସରକାର ଙ୍କର ବନଵିଭାଗ ହିନ୍ଦୋଳ ଜନତା ଙ୍କ ପ୍ରତି ବୈମାତୃକ ମନୋଭାବ ତଥା ଅଣଦେଖା ର ପରିମାଣ ବେଳକୁ ବେଳ ବଢିବାରେ ଲାଗିଛି ବୋଲି ହିନ୍ଦୋଳ ରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି।

      ଏତାଦୃଶ ପରିସ୍ଥିତି ର ସ୍ଥାୟୀ ନିରାକରଣ ପାଇଁ ହିନ୍ଦୋଳ ଜନ ସୁରକ୍ଷା ମଞ୍ଚ ତରଫରୁ ଆଜି ତା୨୩/୦୫/୨୦୨୫ରିଖ ସାତ ମାଇଲ୍ ଛକ ଠାରେ ନୂଆଵଗ ସରପଞ୍ଚ ଶ୍ରୀଯୁକ୍ତ ମାନସ ଦେହୁରୀ ଙ୍କର ସଭାପତିତ୍ବ ରେ ତଥା ରନ୍ଜାଗୋଳ ପଞ୍ଚାୟତ ର ପୂର୍ବତନ ସରପନ୍ଚ ଶ୍ରୀଯୁକ୍ତ କ୍ଷେତ୍ରବାସୀ ବିଶ୍ବାଳ ଙ୍କ ଆବାହକତ୍ଵ ରେ ଦ୍ବିତୀୟ ଅଧିବେଶନ  ହୋଇ ଯାଇଛି।

       ହାତୀ ଉପଦ୍ରବ ରୁ କିପରି ରକ୍ଷା ମିଳିବ ସେଥିପ୍ରତି ଜନ ସଚେତନତା ସୃଷ୍ଟି କରାଯିବା ସହିତ,ସୁରକ୍ଷା ମଞ୍ଚ ର ସୁଦୃଢ଼ୀକରଣ,ତଥା ସରକାରୀ ସ୍ତର ରେ ଯଥାବିଧି କାର୍ଯ୍ୟପନ୍ଥା ଅବଲମ୍ବନ ପାଇଁ ସରକାର ଙ୍କୁ ଅବଗତ କରାଯିବା ପାଇଁ ବିଷଦ ଆଲୋଚନା ହୋଇଥିବା ବେଳେ ହିନ୍ଦୋଳ କୁ ଚାରୋଟି ମଣ୍ଡଳ ରେ ବିଭକ୍ତ କରାଯାଇ ସର୍ବ ସମ୍ମତି କ୍ରମେ ରାସୋଳ ମଣ୍ଡଳ ରେ ଜନ ମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ, ହିନ୍ଦୋଳ ନିଜିଗଡ ମଣ୍ଡଳ ରେ ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍ ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ,ପାଇକ ପୁରୁଣାକୋଟ ମଣ୍ଡଳ ରେ ପୂର୍ବତନ ସରପନ୍ଚ ରନ୍ଜାଗୋଳ ଶ୍ରୀଯୁକ୍ତ କ୍ଷେତ୍ରବାସୀ ବିଶ୍ବାଳ ଓ ସଂଯୁକ୍ତ ବେଡାପଡା,ଵାଵନ୍ଧ ମଣ୍ଡଳ ରେ ସମାଜସେବୀ ଶ୍ରୀଯୁକ୍ତ ଦୁଷ୍ମନ୍ତ ଗଡ଼ନାୟକ ଓ ଶ୍ରୀଯୁକ୍ତ ଛଵିରାଜ ବିଶ୍ବାଳଙ୍କୁ ଜନ ସୁରକ୍ଷା ମଞ୍ଚ ର ସୁଦୃଢ଼ୀକରଣ ପାଇଁ ଆବାହକ ଭାବେ ମନୋନୀତ କରାଯାଇଛି।ପଞ୍ଚାୟତ ର ସରପଞ୍ଚ,ଗ୍ରାମ ପ୍ରତିନିଧି,ସାମାଜିକ କର୍ମୀ,ଜନ ମଙ୍ଗଳ ରାସୋଳ ସଂଗଠନ, ସାମ୍ବାଦିକ,ବରିଷ୍ଠ ନାଗରିକ ଓ ଜନ ସୁରକ୍ଷା ମଞ୍ଚ ର ସଦସ୍ୟ ଗଣ ଉପସ୍ଥିତ ରହି ହିନ୍ଦୋଳ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆଲୋଚନା କରିବା ସହିତ ଆସନ୍ତା ଜୁନ ଏଗାର ତାରିଖ ରେ ବିରାଟ ଜନ ସମାବେଶ କରାଯିବ ବୋଲି ସ୍ଥିର କରାଯାଇଛି। ପରିଶେଷରେ ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ଉପସ୍ଥିତ ସମସ୍ତ ସାଧୁଜନ ମାନଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ଆଗାମୀ ବୈଠକ ପାଇଁ ପ୍ରସ୍ତୁତ ହେବା ସହିତ କାର୍ଯ୍ୟପନ୍ଥା କୁ ଆଗକୁ ନେବା ପାଇଁ ଅନୁରୋଧ ରଖିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS