ବାଙ୍କୀ ବ୍ଲକ୍ ପୁନର୍ଗଠନ ପ୍ରସ୍ତାବ
ପଞ୍ଚାୟତ ସମିତି ବୈଠକରେ ସର୍ବସମ୍ମତି କ୍ରମେ ଗୃହୀତ
କଳାପଥର ବ୍ଲକ୍ ଦାବିରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରଦାର
ବାଙ୍କୀ (ମାନସ ରଞ୍ଜନ ସାହୁ): ବାଙ୍କୀ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଜିର ଏହି ସ୍ବତନ୍ତ୍ର ଅଧିବେଶନଟି ବ୍ଲକ ଅଧକ୍ଷା ପୁଷ୍ପଲତା ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ସମସ୍ତ ୨୦ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ଅଧିବେଶନଟି ଆରମ୍ଭ ହୋଇଥିଲା। ବାଙ୍କୀ ପଞ୍ଚାୟତ ସମିତିର ପୁନର୍ଗଠନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେଲାପରେ ସମସ୍ତେ କରତାଳି ମାଧ୍ୟମରେ ଏହାକୁ ସମର୍ଥନ ଦେଇଥିଲେ। ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇ ଅଧିବେଶନକୁ ସମାପନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ,ବାଙ୍କୀ ବ୍ଲକଟି ୨୦ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ। ଏହାର ମୋଟ ଜନସଂଖ୍ୟା ପ୍ରାୟ ଦେଢ଼ ଲକ୍ଷରୁ ଅଧିକ।ଏହାର ମୁଖ୍ୟାଳୟ ବାଙ୍କୀ ସହର ମଧ୍ୟରେ ଅବସ୍ଥିତ।ଏହାର ପରିସୀମା ମଧ୍ୟଦେଇ ମହାନଦୀ ପ୍ରବାହିତ। ମହାନଦୀର ଦକ୍ଷିଣ ପାର୍ଶ୍ଵରେ ୧୩ଗୋଟି ଗ୍ରାମ ପଞ୍ଚାୟତ ଥିବାବେଳେ ଉତ୍ତର ପାର୍ଶ୍ୱରେ ୭ ଗୋଟି ଗ୍ରାମ ପଞ୍ଚାୟତ ଅବସ୍ଥିତ।ଭୌଗଳିକ ଦୃଷ୍ଟିକୋଣରୁ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ମୁଖ୍ୟାଳୟକୁ ଆସି ସମ୍ପର୍କ ରଖିବାରେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଆଗକୁ ପଞ୍ଚାୟତ ପୁନର୍ଗଠନ ହେବାକୁ ଥିବାବେଳେ ବ୍ଲକର ମୋଟ ପଞ୍ଚାୟତ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ ହୋଇଯିବ।ମହାନଦୀରେ ବନ୍ୟାଜଳ ଆସିଲେ ବ୍ଲକ୍ ପ୍ରଶାସନ ବାଙ୍କୀ ସହରଟି ବନ୍ୟାଜଳ ଘେରରେ ରହିଯାଉଥିବାରୁ ବ୍ଲକ୍ ପ୍ରଶାସନ ସହ ଲୋକମାନଙ୍କର ସମ୍ପର୍କ ବିଚ୍ଛିନ୍ନ ହୋଇଯାଏ। ତେଣୁ,ପଞ୍ଚାୟତ ସମିତି ପୁନର୍ଗଠନ ସହ ତହସିଲ ପୁନର୍ଗଠନ ପ୍ରସ୍ତାବକୁ ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟଙ୍କ ସମେତ ସମସ୍ତ ଜନସାଧାରଣ ପୂର୍ଣ୍ଣମାତ୍ରାରେ ସମର୍ଥନ କରନ୍ତି।
ଅପରପକ୍ଷେ, କଳାପଥର ଓ ଏହାର ଆଖପାଖ ଆଠ ଦଶଟି ଗ୍ରାମ ପଞ୍ଚାୟତକୁ ନେଇ କଳାପଥର ପଞ୍ଚାୟତ ସମିତି ଓ ତହସିଲ ଦାବି ଏବେ ଜୋର୍ ଧରିଛି। କଳାପଥର ଅଞ୍ଚଳଟି ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ରାଜ୍ୟରେ ପରିଚିତ. ଭୌଗଳିକ ଦୃଷ୍ଟିରୁ କଳାପଥର ରେ 15 ଟି ସରକାରୀ ବିଦ୍ୟାଳୟ 10ଟି ବେସରକାରୀ ବିଦ୍ୟାଳୟ, ଦୁଇଟି +2,+3 କଲେଜ, 5ଟି ଜାତୀୟବ୍ୟାଙ୍କ, କେନ୍ଦ୍ର ବ୍ୟାଙ୍କ, ଉପ ଡାକଘର, ଡାକ୍ତରଖାନା, ଦମକଳ କେନ୍ଦ୍ର, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ବାଘମାରୀ -କଳାପଥର ରାଜ୍ୟରାଜପଥ ଦେଇ 15ଜିଲ୍ଲା କୁ ବସରେ ଯାତାୟାତ ସୁବିଧା କୁନେଇ ବ୍ଲକ ସ୍ଥାପନ ଜନ ସାଧାରଣଙ୍କ ଉର୍ନତି ହୋଇପାରିବ. ଏ ସଂକ୍ରାନ୍ତରେ କଳାପଥର ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଏକ ଦାବିପତ୍ର କଳାପଥର ଗ୍ରାମ୍ୟ କମିଟି ସମ୍ପାଦକ ପ୍ରତାପ କୁମାର ମହାପାତ୍ର(ବାବୁଲି)ଙ୍କ ସହ ପ୍ରଭାତ କୁମାର ସାହୁ ପ୍ରମୁଖ ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟାଳୟରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏଥିରେ କଳାପଥରକୁ ପଞ୍ଚାୟତ ସମିତି ଓ ତହସିଲ ଘୋଷଣା ସହ ଏହାର ମୁଖ୍ୟାଳୟ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ କଳାପଥର ନିକଟବର୍ତ୍ତୀ କୌଣସି ସ୍ଥାନରେ ନିର୍ମାଣ କରାଯିବାକୁ ଦାବି କରାଯାଇଛି।ଏହି ଦାବିକୁ କଳାପଥର ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସମେତ କଳାପଥର ମୋଟର କର୍ମଚାରୀ ସଂଘ, କଳାପଥରର ସମସ୍ତ ବଣିକ ସଂଘ ପ୍ରମୁଖ ସମର୍ଥନ କରୁଥିବାର ଜଣାଯାଏ।ଏଥିପାଇଁ ଖୁବ୍ ଶୀଘ୍ର ଏକ ପ୍ରସ୍ତୁତି ବୈଠକ କଳାପଥର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ କଳାପଥର ସରପଞ୍ଚ କମଳା ସ୍ବାଇଁ, ଯୁବନେତା ନରେଶ ସାହୁ, ସମାଜସେବୀ ଯୋଗେଶ ସ୍ବାଇଁ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜନ କରାଯାଇ ଏକ ବଡଧରଣର ଆନ୍ଦୋଳନ ହେଉଥିବାର ଆବାହକ ଶ୍ରୀ ମହାପାତ୍ରଙ୍କ ସୂଚନା ଦେଇଛନ୍ତି l
ମଣିଭଦ୍ରା ଖବର, ବାଙ୍କୀ
Post a Comment