ମନ୍ତ୍ରୀଙ୍କ କଥା ପାଣିର ଗାର, ଅଗଷ୍ଟ ୧୫ରେ ଭାଗନେବେ ପିଲା
ଭୂବନେଶ୍ବର (ମଣିଭଦ୍ରା ଖବର) ଅଗଷ୍ଟ ୧୫ରେ ଭାଗ ନେବେନି ପିଲା । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ କରିବେ ପତାକା ଉତ୍ତୋଳନ । ଗତକାଲି ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ୧୨ ଘଣ୍ଟା ନପୁରୁଣୁ ମନ୍ତ୍ରୀ ତାଙ୍କ କଥା ଫେରାଇ ନେବା ସହିତ ଆଜି ନିଷ୍ପତ୍ତି ବଦଳାଇଛନ୍ତି । ପିଲାମାନେ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନରେ ଭାଗ ନେବେ ବୋଲି ଆଜି ପୁଣି ଥରେ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଶ୍ରୀଦାସ । ରଥଯାତ୍ରା ଠାରୁ ଆରମ୍ଭ କରି ବିବାହ,ବ୍ରତ, ରାଜନୈତିକ ସମାବେଶ ହେଉଥିବା ବେଳେ ପିଲାମାନଙ୍କୁ ଅଗଷ୍ଟ ୧୫ ତାରିଖରେ ବିଦ୍ୟାଳୟ ଆସିବାକୁ ମନାକରିବା ଫଳରେ ମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ସଣ୍ଢୁଆଶୀ ଆକ୍ରମଣ ହୋଇଥିଲା । ସାମାଜିକ ଗଣମାଧ୍ୟମରେ ଲୋକମାନେ ସମାଲୋଚନା କରିବା ସହିତ ମନ୍ତ୍ରୀଙ୍କ କଥା ପାଣିର ଗାର ବୋଲି ମନ୍ତବ୍ୟ ଦେଇଥିଲେ । ଫଳରେ ୧୨ ଘଣ୍ଟା ନପୁରୁଣୁ ଆଜି ପୁଣି ଥରେ ନିଜ କଥା ପରିବର୍ତ୍ତନ କରିଛନ୍ତି ମନ୍ତ୍ରୀ । ତେବେ ଦେଖାଯାଉ ମନ୍ତ୍ରୀଙ୍କ ଏକଥା ଶେଷ ପର୍ଯ୍ୟନ୍ତ ରହୁଛି ନା ପୁଣି କିଛି ବଦଳୁଛି ତାହା ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment