ତୃତୀୟ ପର୍ଯ୍ୟାୟ ରେ 5 ଟି ରେ ସାମିଲ ହେଲା ଟାକରା ଉଚ୍ଚ ବିଦ୍ୟାଳୟ
ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବିଳମ୍ବରେ ହେଲେ ମଧ୍ୟ ,ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମପଂଚାୟତର, ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ ବହୁ ପୁରାତନ,ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କୁ 5 ଟି ଅନ୍ତର୍ଭୁକ୍ତ କରାଯାଇଛି । 5 ଟି ଅନ୍ତର୍ଭୁକ୍ତ ହେବା ଖବରପାଇ , ପୁରାତନ ଛାତ୍ରଛାତ୍ରୀ ଓ ଅଂଚଳବାସୀ କଂ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । 5 ଟି ଅନ୍ତର୍ଭୁକ୍ତ ହେବାପରେ ବିଦ୍ୟାଳୟ ର କିପରି ଉତ୍ତୋରତ୍ତର ଉନ୍ନତି ହୋଇପାରିବ ସେଥି ସକାଶେ ବିଦ୍ୟାଳୟ ର S M C ସଭାପତି ଜଗବନ୍ଧୁ ଆଚାର୍ଯ୍ୟ କଂ ଆହ୍ବାନ କ୍ରମେ ପୁରାତନ ଛାତ୍ରଛାତ୍ରୀ ଓ ଅଂଚଳବାସୀ କୁଂ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ବିଦ୍ୟାଳୟ ର କିପରିଭାବରେ, ଶୈଖିକ, ପାରିବେଶିକ, ଉନ୍ନତି ହୋଇପାରିବ ସେ ଉପରେ ପୁଂଖାନୁପୁଂଖ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ପ୍ରଧାନ ଶିକ୍ଷକ ନୀଳମଣି ନାୟକ, ଅତିଥି ପରିଚୟ ପ୍ରଦାନ କରିଥିଲାବେଳ, ବିଦ୍ୟାଳୟ ର ସଭାପତି ତଥା ପୁରାତନ ଛାତ୍ର ଜଗବନ୍ଧୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ତଥା ବିଦ୍ୟାଳୟ ର ପୁରାତନ ଛାତ୍ର ମଦନ କୁମାର ଜାନୀ ଯୋଗଦେଇ ଗ୍ରାମପଂଚାୟତ ତରଫରୁ ୨୦ ଲକ୍ଷ ଟଂକାର ଅନୁଦାନ ଦେବାପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଆଜିର ମୂଖ୍ୟବକ୍ତା ଅବସରପ୍ରାପ୍ତ ଏ ବି ଇ ଓ ପ୍ରମୋଦ କୁମାର ସାହୁ ,ଶିକ୍ଷାର ଉନ୍ନତି ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ର ପୂର୍ବତନ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦିପ କୁମାର ସାହୁ ବିଦ୍ୟାଳୟ ର ଶିକ୍ଷକ ସମସ୍ୟା ଉପରେ ଗୁରୁତ୍ୱ ଆରୋପକରି କହିଲେ ଯେ, ସଭାପତି ଜଗବନ୍ଧୁ ଆଚାର୍ଯ୍ୟ ବାରମ୍ବାର ପ୍ରଶାସନ କୁ ଶିକ୍ଷକ ସମସ୍ୟା ବିଷୟରେ ଅବଗତ କରିଥିଲେ ମଧ୍ୟ , ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇପାରିନଥିବା କଥା କହିଥିଲେ । ଯଦି ଏହି ସମସ୍ୟା ର ଶିଘ୍ରାତିଶିଘ୍ର ସମାଧାନ ନ ହୁଏ, ତେବେ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ରାଜରାସ୍ତା କୁ ଓଲ୍ଲାଇବାକୁ ବାଧ୍ୟ ହେବେ । ଆଜିର ଏହି ବୈଠକରେ, ବରିଷ୍ଠ ଶିକ୍ଷକ ଅନ୍ନଦା ପ୍ରସାଦ ଡାକୁଆ, ସ୍ଥାନୀୟ ସମିତି ସଭ୍ୟ ପ୍ରଶାନ୍ତ କୁମାର ଦଳବେହେରା କଂ ସମେତ, ସାମାଜିକ କର୍ମୀ ବାନାମ୍ବର ନାଏକ,ପୁରାତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦିପ କୁମାର ସାହୁ,ଆଦିବାସୀ ନେତା ଧନେଶ୍ୱର ଜାନୀ, ଅଭିମନ୍ୟୁ ସାହୁ, ସାମ୍ବାଦିକ ତଥା ପୁରାତନ ଛାତ୍ର ରତ୍ନାକର ହୋତା, ପ୍ରୀୟବ୍ରତ ଆଚାର୍ଯ୍ୟ କଂ ସମେତ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ବହୁ ବରିଷ୍ଠ ଅଂଚଳବାସୀ ଯୋଗ ଦେଇଥିଲେ ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣି ଭଦ୍ରା ଖବର,
Post a Comment