BREAKING
Loading...
:

26 ବର୍ଷ ରେ ପ୍ରଦାର୍ପଣ କଲା ବୌଦ୍ଧ ର ବୃକ୍ଷ ରକ୍ଷାବନ୍ଧନ ଉତ୍ସବ l

 26 ବର୍ଷ ରେ ପ୍ରଦାର୍ପଣ କଲା  ବୌଦ୍ଧ ର ବୃକ୍ଷ ରକ୍ଷାବନ୍ଧନ ଉତ୍ସବ l 




ସୁବର୍ଣ୍ଣପୁର (ଉଗ୍ରସେନ କର୍ମୀ) ରାକ୍ଷୀ ପୁର୍ଣିମା ଅବସରରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ  ପରିସରରେ  ଅଭିନବ  ବୃକ୍ଷ ରକ୍ଷା ବନ୍ଧନ ଉତ୍ସବ ଆଜି ମହା ସମାରୋହ ରେ ଅନୁଷ୍ଠିତ  ହୋଇଯାଇଛି l  ଯୁବ ରେଡ କ୍ରସ ଏବଂ  ଇକୋ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ରୋପଣ କରାଯାଇଥିବା ଗଛ ମାନଙ୍କୁ ଫୁଲ ଚନ୍ଦନ ଭୋଗ ଦେଇ  ପୂଜା କରାଯାଇଥିଲା l ତାପରେ  ନିଜ ହାତତିଆରି  ବଡ ରକ୍ଷୀ ସବୁ  ବନ୍ଧl    ଯାଇଥିଲା l  1997 ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଗଛ ଲଗାଇବା  ଏବଂ ତାର ସଠିକ ଯତ୍ନ ନେବା ସହ ସେମାନଙ୍କ ସହିତ ସ୍ନେହର  ସମ୍ପର୍କ  ସ୍ଥାପନ ଏହି ରlକ୍ଷୀ ମାଧ୍ୟମରେ କରାଯାଇ ଏକ ସଚେତନତା ସୃଷ୍ଟି କରିବା  ଏହାର ମୁଖ୍ୟ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ  ବୌଦ୍ଧ ବନଖଣ୍ଡ ଅଧିକାରୀ, ଦେବପ୍ରିୟ କମ୍ପ  ଯୋଗଦେଇ ରକ୍ଷୀ ବାନ୍ଧିବା ସହ  ଏହି ଅଭିନବ ପ୍ରୟାସ କୁ ଭୁୟସୀ ପ୍ରଶଂସା  କରିଥିଲେ l ଗଛ  ଭାଇଠୁ  ମଧ୍ୟ  ବଡ  ବୋଲି ମତ ଦେଇ ଥିଲେ l ସମ୍ମାନିତ ଅତିଥି ଭାବରେ  ବରିଷ୍ଠ  ଓକିଲ  ସୁଧୀର କର୍ଣ, ପୂର୍ବତନ  ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ମହାପାତ୍ର, ଡ. ମହେନ୍ଦ୍ରନାଥ  ଦେବତା, ପ୍ରକୃତି  ବନ୍ଧୁ  ସୁଶାନ୍ତ କୁମାର ମହାପାତ୍ର, ସରସରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ବସନ୍ତ କୁମାର ସାହୁ, ସ୍ବେଛାସେବୀ ପ୍ରମୋଦ କୁମାର ପ୍ରଧାନ  ଯୋଗଦାନ କରିଥିଲେ l ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତ ଅତିଥି ମlନକୁ  ସ୍ୱାଗତ କରିଥିଲେ l ଯୁବ ରେଡ କ୍ରସ ର  ସମ୍ପାଦକ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା  କରିବା ସହ ସମସ୍ତଙ୍କୁ ଧନ୍ୟବାଦ  ପ୍ରଦାନ କରିଥିଲେ l ଗତ ବର୍ଷ 25 ତମ ଉତ୍ସବ ରେ ଏକ  14 ଫୁଟ ର  ବୃହତ୍ତମ ରାକ୍ଷୀ ବାନ୍ଧି ବିଶ୍ୱ ରେକର୍ଡ କରା ଯାଇଥିଲା l +2 ର  ଇକୋ କ୍ଲବ ଏବଂ +3 ର  ଯୁବ ରେଡ କ୍ରସ ର ଛାତ୍ର ଛାତ୍ରୀ ମାନେ ଶେଷରେ  ମହାବିଦ୍ୟାଳୟ ର  ସମସ୍ତ ଗଛ  ମାନଂକୁ ରାକ୍ଷୀ ବାନ୍ଧିବା ସହ  ସମସ୍ତ ସହଯୋଗ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS