BREAKING
Loading...
:

ଓଡ଼ିଶା ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ ତରଫରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

 

ଓଡ଼ିଶା ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ ତରଫରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ 



ଗଣିଆ ୦୧/୦୮(ମଣିଭଦ୍ରା ଖବର) ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ତରଫରୁ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ସରକାରୀ ଚାକିରୀ କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ କରିବା,୬ ବର୍ଷ ଚୁକ୍ତି ଭିତ୍ତିକ ଚାକିରୀ ଅବଧିକୁ ମୂଳ ଚାକିରିରେ ଗଣନା କରିବା, ସପ୍ତମ ବେତନ ଅନୁଯାୟୀ ମୂଳ ଦରମା ପ୍ରଦାନ କରିବା, ପୂର୍ବରୁ ୫୦ ପ୍ରତିଶତ ବର୍ଦ୍ଧିତ ଦରମା ୨୦୧୦ ମସିହାରୁ ଲାଗୁ କରିବା, ନିୟମିତ କର୍ମଚାରୀଙ୍କ ପରି ଡିଏ ଏବଂ ଏଚଆରଏ ପ୍ରଦାନ କରିବା ଆଦି ୫ ଦଫା ଦାବି ପୂରଣ ପାଇଁ ଏଥିରେ ଉଲ୍ଲେଖ କରାଯାଇଥିଲା । ବର୍ତ୍ତମାନ ଏ ମୁଦ୍ରାସ୍ପୀତି ସମୟରେ ମାତ୍ର ୧୩ ହଜାର ରୁ ୧୫ ହଜାର ଟଙ୍କା ଦରମାରେ ନିଜ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ସଂଘର ଜିଲ୍ଲା ସମ୍ପାଦକ ପ୍ରଣୟ କୁମାର ନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ଜିଲ୍ଲା ସ୍ତରରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇସାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ସେଠୀ,ଜ୍ୟୋସ୍ନାରାଣୀ ମହାନ୍ତି, ସୁଶାନ୍ତ ମଲ୍ଲିକ, ଅଜୟ କୁମାର ବେହେରାଙ୍କ ସମେତ ପ୍ରାୟ ୨୦ ଜଣ ଚୁକ୍ତି ଭିତ୍ତିକ କର୍ମଚାରୀ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS