ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ ଶିବିର
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତହସିଲଦାର କିଶୋର କୁମାର ପଣ୍ଡା, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ଗ୍ରାମପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ମଞ୍ଚାସୀନ ଥିଲେ । ବ୍ଳକର ପ୍ରାୟ ୩୦ ରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭୋଟର ତାଲିକାରେ ନୂତନ ନାମ ପଞ୍ଜିକରଣ କରିବା, ଦୁଇଟି ସ୍ଥାନରେ ନାମ ଥିଲେ ଗୋଟିଏ ନାମକୁ ତାଲିକାରୁ କାଟିବା,ନାମ ଭୂଲ୍ ଥିଲେ ସଂଶୋଧନ କରିବା ଭଳି କାର୍ଯ୍ୟକୁ କିଭଳି ସୂଚାରୁରୂପେ ପରିଚାଳନା କରିବେ ସେ ସମ୍ପର୍କରେ ତହସିଲଦାର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟ ଅକ୍ଟୋବର ମାସ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୩ ଜାନୁଆରୀ ମାସ ୫ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ବର୍ଷକୁ ଥରେ ବଦଳରେ ୪ ଥର ଭୋଟର ତାଲିକାରେ ନାମ ସଂଯୋଗ କରିବାକୁ ସୁଯୋଗ ପାଇପାରିବେ ବୋଲି ତହସିଲଦାର ଜଣାଇଥିଲେ । ୧ ଜାନୁଆରୀ,୧ ଏପ୍ରିଲ,୧ଜୁଲାଇ ଏବଂ ୧ ଅକ୍ଟୋବରରେ ଭୋଟର ତାଲିକାରେ ନିଜ ନାମକୁ ଯୋଡ଼ି ପାରିବେ । ଭୋଟର ତାଲିକାରେ ଆଧାର ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ସେ ପ୍ରକାଶ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment