ଛାତ୍ର ଛାତ୍ରୀ ଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କଲେ ଦଶପଲ୍ଲା ବିଧାୟକ
ନୂଆଗାଁ (ମଣିଭଦ୍ରା ଖବର) ରାଜ୍ୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୨୫ ଜଣ ଛାତ୍ର ଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।ସୂଚନା ଅନୁଯାୟୀ ୧୭୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୪୪ ଜଣ, ଦ୍ଵିତୀୟ ଶ୍ରେଣୀରେ ୩୧ ଜଣ,ତୃତୀୟ ଶ୍ରେଣୀରେ ୪୮ ଜଣ ଏବଂ ଏକ୍ସ୍ ରେଗୁଲାର ୨ ଜଣ ଏହିପରି ଭାବେ ୧୨୫ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜସ୍ମିନ ପ୍ରଧାନ ୫୨୮ ନଂ ରଖି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଟପ୍ପର ହୋଇଥିବା ଜଣାପଡିଛି। ସେହିପରି ଭାବେ ମାଳିସାହି ଏବଂ ବାହାଡ଼ ଝୋଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଜଣା ପଡ଼ିଛି। ଯୁକ୍ତ ଦୁଇ କଳା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ୍ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment