BREAKING
Loading...
:

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା

 ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା




କନ୍ଧମାଳ:(ମଣିଭଦ୍ରା ଖବର): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଜି.ଉଦୟଗିରି ଥାନା ଅଂଚଳର ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁ୍କ୍ତକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇବା ସହିତ ୨୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଜି.ଉଦୟଗିରି ଥାନା ଅଞ୍ଚଳର ଜିତେନ୍ଦ୍ର କୁମାର ଦିଗାଲ(୪୬)। ପ୍ରକାଶ ଯେ,ଗତ ୨୦୧୯ ଏପ୍ରିଲ ୪ ତାରିଖ ଦିନ ଜନୈକା ନାବାଳିକା ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇ ନାବାଳିକାକୁ ରୁଟି ଖାଇବା ପାଇଁ ଦେଇଥିଲା। ଏହା ଖାଇବା ପରେ ପିଡିତା ନାବାଳିକା ମୁଣ୍ଡ ବୁଲାଇ ହେବାରୁ ସେ ଶୋଇ ପଡିଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ୍ଦ୍ର ନାବାଳିକାକୁ ଗାଁ ପାଖ ଶ୍ମଶାନକୁ ନେଇ ସେଠାରେ ଦୁଷ୍କର୍ମ କରିବା ପରେ ସେଠାରୁ  ଫେରାର ହୋଇ ଯାଇଥିଲା। ଘର ଲୋକେ ଝିଅକୁ ଖୋଜାଖୋଜି କରିବା ପରେ ମଶାଣିରୁ ତାକୁ ଉଦ୍ଧାର କରିଥିଲେ। ଏ ନେଇ  ପିଡିତାଙ୍କ ବଡ ଭାଇ ଜି.ଉଦୟଗିରି ଥାନାରେ ଏତଲା ଦେବାରେ ପୁଲିସ କେସ ନଂ.୫୨/୧୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ବର୍ତ୍ତମାନ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲା ଜଜ୍ ସଂଜିତ କୁମାର ବେହେରା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିିପି ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, କନ୍ଧମାଳ

Post a Comment

Previous Post Next Post
Header ADS