BREAKING
Loading...
:

ଏଟିଏମ୍ ପାଲଟିଛି ଗାଇ ଆଶ୍ରୟସ୍ଥଳୀ, ସୁରକ୍ଷା ବ୍ୟବସ୍ଥା ଢିଲା

 ଏଟିଏମ୍ ପାଲଟିଛି ଗାଇ ଆଶ୍ରୟସ୍ଥଳୀ, ସୁରକ୍ଷା ବ୍ୟବସ୍ଥା ଢିଲା





ଗଣିଆ ୧୨/୦୮(ମଣିଭଦ୍ରା ଖବର) ରାଜ୍ୟର ଅନେକ ସ୍ଥାନରେ ଏଟିଏମ୍ ଲୁଟ୍ ଖବରର ନଜିର ରହିଛି । ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ କିଛି ସ୍ଥାନରେ ସୁରକ୍ଷା ପୂରା ଢିଲା । ବର୍ଷ ବର୍ଷ ଧରି ଏଟିଏମ୍ କବାଟ ଭାଙ୍ଗି ଯାଇଥିବା ବେଳେ ସେଥିପ୍ରତି କାହାର ଦୃଷ୍ଟି ନାହିଁ ।  ଏପରିକି ଏଟିଏମ୍ ପାଲଟିଛି ଗାଇ ଆଶ୍ରୟସ୍ଥଳୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ବଜାରରେ ଥିବା ଏସବିଆଇ ଏଟିଏମ୍ ପରିସରରେ । ଶୁକ୍ରବାର ସଂଧ୍ୟାରେ ଦୁଇଟି ଗାଇ ଏଟିଏମ୍ ଭିତରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ସମୟ ଧରି ଦୁଇଟି ଗାଇ ସେ ଭିତରେ ଥିବାରୁ ଭୟରେ ସେ ଭିତରକୁ କେହି ଯାଇ ନଥିଲେ । 





ଯଦି ଉଭୟଙ୍କ ଭିତରେ ମାରପିଟ୍ ହୋଇ ଭଙ୍ଗାରୁଜା କରିବେ ତେବେ କିଏ ଦାୟୀ ହେବ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି ।  ଏମିତି ଦେଖିବାକୁ ଗଲେ ଗଣିଆରେ ଦୀର୍ଘ ଦିନ ହେବ ବାଇକ୍ ଚୋରୀ, ମୋବାଇଲ ଚୋରି, ଲୁଟ୍ ଲାଗି ରହିଥିବା ବେଳେ ଏଟିଏମ୍ ଏଭଳି ଅସୁରକ୍ଷିତ ଅବସ୍ଥାରେ ଥିବାରୁ ଚୋରଙ୍କୁ ପ୍ରଶୟ ଦିଆଯାଉଛି ବୋଲି ଆଲୋଚନା ହେଉଛି । ତେବେ ତୁରନ୍ତ ଭାଙ୍ଗି ଯାଇଥିବା କବାଟ ଲଗାଇବା ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସାଧାରଣରେ ଦାବି ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS