BREAKING
Loading...
:

ବିଦ୍ୟାଳୟରେ ଶିଶୁ କ୍ୟାବିନେଟ ଗଠିତ l

 ବିଦ୍ୟାଳୟରେ ଶିଶୁ କ୍ୟାବିନେଟ ଗଠିତ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବାଲିଯୋରୀ ୟୁ. ଜି. ଏମ. ଇ. ବିଦ୍ୟାଳୟ ରେ ଶିଶୁ କ୍ୟାବିନେଟ ଗଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉଦ୍ଧବ ମହାଲିକଙ୍କ ସଭାପତିତ୍ବ ରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସେଭ ଦ ଚିଲଡ୍ରେନ ର କର୍ମକର୍ତ୍ତା ପୁଷ୍ପାଞ୍ଜଳୀ ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ନେଇ ଗଣତାନ୍ତ୍ରିକ ପଦ୍ଧତି ରେ ଏକ ବିଦ୍ୟାଳୟ କ୍ୟାବିନେଟର ବିଭିନ୍ନ ପଦବୀ ପାଇଁ ନିର୍ବାଚିତ କରିଥିଲେ l ମୁଖ୍ୟମନ୍ତ୍ରୀ ଭାବରେ ବ୍ୟାସଦେବ ବଗର୍ତ୍ତୀ, ଖାଦ୍ୟ ମନ୍ତ୍ରୀ ଭାବରେ ଗଣେଷ ଡାଙ୍ଗ, ପରିବେଶ ମନ୍ତ୍ରୀ ଭାବରେ ଅର୍ଚ୍ଚିତା ବଗର୍ତ୍ତୀ, ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ଭାବରେ ଓମ ପ୍ରକାଶ ମିଶ୍ର, ମୀନା ମନ୍ତ୍ରୀ ଭାବରେ ପ୍ରୀତିମୟୀ ବାଘ, ଶିକ୍ଷା ମନ୍ତ୍ରୀ ଭାବରେ ବିଜୟ ଜାଲ ଏବଂ କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଭାବରେ ଜୀବନ ବଗର୍ତ୍ତୀ ଙ୍କୁ ନିର୍ବାଚିତ କରାଯାଇ ଆନୁଷ୍ଠାନିକ ଭାବରେ ଶପଥ ପାଠ ଉତ୍ସବ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଶ୍ରୀ ନରେନ୍ଦ୍ର ମହାଲିକ, ସୁରେଶ ନାଏକ, ସମ୍ବିତ କୁମାର ପଧାନ, ଶିକ୍ଷୟିତ୍ରୀ ଶ୍ରୀମତୀ ଶକୁନ୍ତଳା ପ୍ରଧାନ ଓ ଶ୍ରୀମତୀ ସ୍ୱପ୍ନା ଶର୍ମିଷ୍ଠା ମିଶ୍ର ସହଯୋଗ କରିଥିଲେ l


 ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS