ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦଗତି କାମନା କଲେ ଦଶପଲ୍ଲା ବିଧାୟକ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ବର୍ଷୀଆନ ରାଜନେତା ତଥା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିନାଥ ନାୟକ ଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଛି।ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦ୍ ଗତି କାମନା କରିଛନ୍ତି।ତତ୍ ସହିତ ପୂର୍ବତନ ସରପଞ୍ଚ ତଥା ବିଜୁ ଜନତା ଦଳର ସଂଗଠକ ସ୍ଵର୍ଗତ ତ୍ରିନାଥ ନାୟକ ଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।କିଛିଦିନ ହେବ ବ୍ରେନ ଷ୍ଟ୍ରୋକ ରେ ପୀଡିତ ହୋଇ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିଲେ ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment