ସୋନପୁର ପୋଲିସ କୁ ସଫଳତା, ୫ଡ଼କାୟତ ଗିରଫ l
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲାରେ ହେଉଥିବା ବିଭିନ୍ନ ଚୋରୀ ଘଟଣାର ପର୍ଦ୍ଦାଫାସ କରିବା ସହିତ ଏକ ପାଂଚଜଣିଆଁ ଡକାୟତ ଦଳକୁ ଗିରଫ କରିବାରେ ସଫଳହୋଇଛି ସୋନପୁର ପୋଲିସ । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଆଖ ପାଖ ଅଂଚଳରେ କ୍ରମାଗତଭାବରେ ଚୋରୀ ,ରାହାଜାନୀ ଓ ଡକାୟତି ଘଟଣା ମାନ ଘଟିଥିଲା ।ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ପରେ ପୋଲିସ ଏଲର୍ଟ ହୋଇ ଅନୁସନ୍ଧାନ ଚଳାଇଥିଲା ।ଗତ କାଲି ପୋଲିସ ଏକ ପାଞ୍ଚ ଜଣିଆ ଡକାୟତ ଦଳକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଏମାନଙ୍କ ପାଖରୁ ନଗଦ ୮ହଜାର ୨ଶହ ଟଙ୍କା, ୫ଟି ମୋବାଇଲ, ଗୋଟେ ଧଳା ରଙ୍ଗର ଟାଟା ଅଲଟ୍ରଜ କାର, ହକି ଷ୍ଟିକ , ପ୍ଲାଷ୍ଟିକ ପାଇପ ଆଦି ଜବତ କରିଛି ।ଅଭିଯୁକ୍ତମାନେ ହେଲେ ସହରର ପଟାଭାଡି ଅଞ୍ଚଳର ଶସାଙ୍କ ମିଶ୍ର(୩୯), ବାଲଜୁରୀ ଗ୍ରାମର ପୁରୁଷୋତ୍ତମ ସୁନା,(୨୯) ସୋନପୁର ସହର କଳିଙ୍ଗ ନଗରର ସୁନୀଲ ଗଡିଆ(୨୬) ମଝିପଡାର ସାୟଦ ନାସିବ ଅଲ୍ଲୀ (୨୪)ଓ ପଟାଭାଡିଆଞ୍ଚଳର ଇନ୍ଦ୍ରଜିତ ସାହୁ (୨୪)ହୋଇଥିବା ବେଳେ ଏମାନେ ସମସ୍ତେ ସୋନପୁର ଥାନା ଅଂଚଳର ବୋଲି ପୋଲିସ ସୂଚନା ଦେଇଛି । ଏହି ଅଭିଯୁକ୍ତମାନଙ୍କ ନାଁରେ ଆଗରୁ ଆହୁରିଅନେକ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଥିବା ବେଳେ ଗତ କିଛି ଦିନ ହେଲା ଏମାନେ ସୋନପୁର ଥାନା ଅଂଚଳରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲେ । ଏପରିକି ଗତ ଅଗଷ୍ଟ୧ତାରିଖ ଦିନ ଏମାନେ ହରଡଖୋଲ ନିକଟରେ ମନୋଜ କୁମାର ପୁରୋହିତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟପାଟ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ଏସବୁର ସୂଚନା ଦେଇଥିବା ବେଳେ ସାଧାରଣ ଲୋକ ଏହିପରି କୌଣସି ଲୋକଙ୍କୁ ଭୟ ନ କରି ପୋଲିସ ଥାନାରେ ଅଭିଯୋଗ କରିବାପାଇଁ ଆହ୍ବାନ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପା ଞ୍ଜଳୀ ନିଙ୍ଗୀ ଓ ସଦର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق