BREAKING
Loading...
:

ବନ୍ୟା ଘେରରେ ଥିବାରୁ ବ୍ଳକର ୧୧ଟି ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲା ଶିକ୍ଷା ଅଧିକାରୀ

 




ବନ୍ୟା ଘେରରେ ଥିବାରୁ ବ୍ଳକର ୧୧ଟି ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲା ଶିକ୍ଷା ଅଧିକାରୀ


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକର ୫ଟି ପଞ୍ଚାୟତର ୪୧ଟି ଗ୍ରାମ ଗତ ୩ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଉପରୋକ୍ତ ଗ୍ରାମ ଗୁଡ଼ିକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ତେବେ ମଙ୍ଗଳବାର ବ୍ଳକର ୧୧ଟି ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ । ବ୍ଳକର ପଥୁରିଆ,କାଳିଆପଡା,ଓ୍ବାଲିପୁର,ରାସଙ୍ଗ ପ୍ରାଥମିକ ବିଦ୍ୟାଳୟ,ମାଳତିପୁଟ,ରାଉତପଡା, ମାଳିସାହି ପ୍ରାଥମିକ ବିଦ୍ୟାଳୟ,କେନ୍ଦୁପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ଡଙ୍କାରିସାହି ପ୍ରାଥମିକ ବିଦ୍ୟାଳୟ, କାଦୁଆ ହଟିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଏବଂ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ରାସଙ୍ଗକୁ କେବଳ ୧୬ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି । ବିଦ୍ୟାଳୟ ଛୁଟି ହେଲେ ମଧ୍ୟ ଶିକ୍ଷକ ମାନେ ଆଲର୍ଟ ରହିବେ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍ଥିତି ଅନୁଧ୍ୟାନ କରି ବ୍ଳକ ଶିକ୍ଷା ଅଧିକାରୀ ବନ୍ୟା ପ୍ରଭାବିତ ଅନ୍ୟ ବିଦ୍ୟାଳୟକୁ ମଧ୍ୟ ଛୁଟି ଘୋଷଣା କରିପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS