BREAKING
Loading...
:

ଦଶପଲ୍ଲା ଏନଏସି ଏବଂ ଗଣିଆରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ଦାବୀ ଉପସ୍ଥାପନା କଲେ ବିଧାୟକ

 ଦଶପଲ୍ଲା ଏନଏସି ଏବଂ ଗଣିଆରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ଦାବୀ ଉପସ୍ଥାପନା କଲେ ବିଧାୟକ



ବ୍ୟୁରୋ ରିପୋର୍ଟ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ଏନଏସି ଏବଂ ଗଣିଆରେ ବାଇପାସ୍ ନିର୍ମାଣ କରିବା ପାଇଁ ଜନସାଧାରଣଙ୍କ ତରଫରୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଦୀର୍ଘ ଦିନ ଧରି ଉଭୟ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେବା ସହିତ ଦୁର୍ଘଟଣା ଘଟୁଛି । ଏଥିପାଇଁ ଗଣିଆ ଏବଂ ଦଶପଲ୍ଲା ଏନଏସିରେ ବାଇପାସ୍ ନିର୍ମାଣ ନିହାତି ଆବଶ୍ୟକ । ତେବେ ଆଜି ବିଧାନସଭାର ପ୍ରଶ୍ନକାଳରେ ଉଭୟ ସ୍ଥାନରେ ବାଇପାସ୍ ନିର୍ମାଣ କରିବାକୁ ବିଧାୟକ  ରମେଶ ଚନ୍ଦ୍ର ବେହେରା ଦାବି କରିବା ସହିତ ବିଭାଗ ତରଫରୁ ଏନେଇ କି କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏନେଇ ବିଧାନସଭାରେ ଉତ୍ତର ରଖିଥିଲେ କି ଗଣିଆରେ ବାଇପାସ୍ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଜଣାଇବା ସହିତ ଦଶପଲ୍ଲା ଏନଏସିରେ ବାଇପାସ୍ ନିର୍ମାଣ ପାଇଁ ୨୦୨୨_୨୩ ଆକ୍ସନ ପ୍ଳାନରେ ୭୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ବିଭାଗ ତରଫରୁ ଉକ୍ତ ଅର୍ଥ ମଞ୍ଜୁର ହେବାର ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ତେବେ ଗଣିଆ ଏବଂ ଦଶପଲ୍ଲା ଏନଏସିରେ ଦୀର୍ଘ ଦିନ ହେବ ଟ୍ରାଫିକ ସମସ୍ୟା ଲାଗି ରହିଥିବାରୁ ବାଇପାସ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଖବର ଜାଣିବା ପରେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନତି ତଥା ସମସ୍ୟା ସମ୍ପର୍କରେ ପ୍ରତି ମୁହୂର୍ତ୍ତରେ ଚିନ୍ତା କରୁଥିବା ଜନପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରା ବିଧାନସଭାରେ ଦାବୀ ଉପସ୍ଥାପନା କରିଥିବାରୁ ବୁଦ୍ଧିଜୀବୀ ମହଲରେ ବିଧାୟକଙ୍କୁ ପ୍ରଶଂସା କରାଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS