BREAKING
Loading...
:

ରାଜ୍ୟରେ ଏକାଠିହେଲେ ଏକ୍ସକ୍ୟାଡ଼ର ଓ ଗଣଶିକ୍ଷକ ସଂଘ

 ରାଜ୍ୟରେ ଏକାଠିହେଲେ ଏକ୍ସକ୍ୟାଡ଼ର ଓ ଗଣଶିକ୍ଷକ ସଂଘ 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଭୁବନେଶ୍ୱର ସ୍ଥିତ ଶିକ୍ଷକ ଭବନ ଠାରେ ସୋମବାର  ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର)ମହାସଂଘ ସହିତ ରାଜ୍ୟର ସମସ୍ତ  ଗଣଶିକ୍ଷକ ସଂଘ ର ମିଶ୍ରଣ ହୋଇଯାଇଛି । ବିଭିନ୍ନ ଗଣଶିକ୍ଷକ ସଂଘର ସଭାପତି ,ସଂପାଦକ ଓ  କାର୍ଯ୍ୟକର୍ତା ଙ୍କ ସହିତ ସୁଧାଂଶୁ ଶେଖର ବଡୁ,ରାଜକିଶୋର ତ୍ରିପାଠୀ,ଗୋପାଳ ପାତ୍ର,ଦିଲ୍ଲୀପ ସରକାର,ରଂଜିତା ରାଉତ,ସାଗରିକା ମହାନ୍ତି,ଭୀମସେନ ନାଗ, ଅମୀୟ ବରାଳ ,ପ୍ରମୁଖଙ୍କ ଉପସ୍ଥିତି ରେ ମିଳିତ ଭାବେ ଭାବେ ମିଶ୍ରଣ ସଭାର ଆୟୋଜନ କରି ରାଜ୍ୟପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର)ମହାସଂଘ ର ସଭାପତି ଶରତ ଚନ୍ଦ୍ର ନାୟକ,ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ,ମହାସଚିବ ହନେସ ପାତ୍ର ବାଗ,ଉପସଭାପତି ରାଜୀବ ଲୋଚନ ପ୍ରଧାନ, ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ପ୍ରମୁଖ ଙ୍କ ଉପସ୍ଥିତି ରେ ରାଜ୍ୟର ବିଭିନ୍ନ ଜିଲାର 200ରୁ ଉର୍ଦ୍ଧ ଗଣଶିକ୍ଷକ ଯୋଗଦାନ କରି  ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘ  ଏଣିକି ରାଜ୍ୟରେ ସଭାପତି ଶରତ ନାୟକ ,କାର୍ଯ୍ୟକାରୀ ଜୟନ୍ତୀ ଲାଲ ସାହୁ,ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ, ହନେସ ପତ୍ର ବାଗ,ବିଜୟ ମିଶ୍ର, ରାଜୀଵ ପ୍ରଧାନ, ରାଜକିଶୋର ବାରିକ,ବିଶ୍ୱରଂଜନ ଦାସ,ଗଙ୍ଗାନାରାୟଣ ପାଢ଼ୀ,ଅମୀୟ ବରାଳ ,ପ୍ରମୋଦ ବେହେରା,ସୁରେନ୍ଦ୍ର ମଲ୍ଲିକ, ପ୍ରମୁଖଙ୍କ  ନେତ୍ତୃତ୍ୱ ରେ ନିୟମିତ ରୁ ବାଦ ପଡିଥିବା 4000 ହଜାର ଗଣଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାର ଙ୍କ ଠାରେ ଦାବି ଉପସ୍ଥାପନ କରିବା ସହ ସମସ୍ତ ସମସ୍ୟା ର ସମାଧାନ କରିବାକୁ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ମହାସଂଘ କଥାକୁ ସରକାର କର୍ଣପାତ ନକରନ୍ତି, ସମଗ୍ର ରାଜ୍ୟରେ ସମସ୍ତ ଶିକ୍ଷକ ପରିବାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ କହିଛନ୍ତି । 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS