BREAKING
Loading...
:

ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ଶତ ପ୍ରତିଶତ ହେଲମେଟ ଦିବସ -l

 ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ଶତ ପ୍ରତିଶତ ହେଲମେଟ ଦିବସ -l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଁ ଗତ ଜୁନ 0୧ ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି l ତେବେ ଏହି ଧାରାକୁ ବଜାୟ ରଖିବା ସହ ଗାଡିଚାଳନା ସମୟରେ ହେଲମେଟ ପିନ୍ଧିବା ଅଭ୍ୟାସ କୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟ ରେ ସବୁ ବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଚଳିତ ମାସ ଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ଉଭୟ ଦିନକୁ ସମଗ୍ର ଜିଲ୍ଲାରେ ଶତ ପ୍ରତିଶତ ହେଲମେଟ ଦିବସ ଭାବରେ ପାଳନ କରିବାକୁ ଆଜି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ଉଭୟ ଦିନ ରାସ୍ତାରେ ଯାଉଥିବା ପ୍ରତ୍ୟେକ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ସ୍ୱଇଚ୍ଛାରେ ହେଲମେଟ ପିନ୍ଧି ଗାଡିଚାଳନା କରିବାକୁ କୁହାଯାଇଛି l ପୂର୍ତ୍ତ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକ ରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେ ଅଧ୍ୟକ୍ଷତା କରି ଚଳିତ ମାସ ତୃତୀୟ ଶନିବାର ଠାରୁ ଏହି ବ୍ୟବସ୍ଥା ଜିଲ୍ଲାରେ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ଏପରିକି ଏଥିପାଇଁ ପୂର୍ବରୁ ବିଭିନ୍ନ ସ୍ବେଛାସେବୀ ସଂଗଠନ ,ବୁଦ୍ଧିଜୀବୀ,ନାଗରିକ, ବିଭିନ୍ନ ଗୋଷ୍ଠୀ,ଶିକ୍ଷା ବିଭାଗ, ପରିବହନ ବିଭାଗ ଓ ପୋଲିସ ମଧ୍ୟରେ ସମନ୍ୱୟ ବୈଠକ କରି ଏ ସମ୍ପର୍କ ରେ ଆହୁରି ବିସ୍ତୃତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ତେବେ ଏହି ବ୍ୟବସ୍ଥା ସମଗ୍ର ଜିଲ୍ଲାର ସହରାଞ୍ଚଳ ଓ ବ୍ଲକ ସଦର ମହକୁମା ଅଂଚଳରେ ଏକକାଳୀନ ବ୍ୟାପକ ଭାବେ ଅନୁଷ୍ଠିତ କରିବାକୁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ଜିଲ୍ଲାରେ ଦୁର୍ଘଟଣା ତଥା ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଜିଲ୍ଲାର ପ୍ରତ୍ୟେକ ଥାନା ଅଂଚଳରେ ଗାଡିମୋଟର ଯାଞ୍ଚ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ l ଏହା ବ୍ୟତୀତ ନିଶାଶକ୍ତ ଅବସ୍ଥାରେ ଗାଡିଚାଳନା, ବିନା ସିଟ ବେଲ୍ଟ ରେ ଗାଡିଚାଳନା, ବାଇକ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା, ଉଚିତ ସ୍ଥାନରେ ଗାଡିପା ର୍କିଙ୍ଗ  ସହ ଗାଡିଚାଳନା ପ୍ରମାଣପତ୍ର ପ୍ରମାଣ ପତ୍ର ଓ ବୀମା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରି ପୋଲିସ ଏ ଦିଗରେ କଡା ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ଦେଇଥିଲେ l ଆରମ୍ଭ ରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ବୈଠକ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଏଥିରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ ଜିଲ୍ଲା ରେ ମୋଟର ଯାନ ଆଇନ ଉଲଂଘନ ସମ୍ପର୍କିତ ସୂଚନା ପ୍ରଦାନ କରି ଗତ ୨0୨୧ ଜାନୁଆରୀ ରୁ ବିଭିନ୍ନ ପର୍ଯ୍ୟାୟ ରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ରେ ୩୬ ଜଣଙ୍କ ପ୍ରଣହାନୀ ହୋଇଥିବା l କିନ୍ତୁ ଚଳିତ ବର୍ଷ ଏହି ସମୟ ମଧ୍ୟରେ ୭୫ ଦୁର୍ଘଟଣା ଘଟିଥିବା ବେଳେ ସର୍ବାଧିକ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା l ସେହିପରି ଜିଲ୍ଲା ରେ ଆବଶ୍ୟକତା ଠାରୁ ଅଧିକ ବେଗରେ ଯାତାଯାତ କରୁଥିବା ଯାନ ବିରୋଧରେ ୨0୩ ମାମଲା ରୁଜୁ ହୋଇଥିବା ବେଳେ ଗତ ମଇ ଓ ଜୁନ ମାସରେ ପୋଲିସ ବିଭାଗ ୭୭ ଓ ପରିବହନ ବିଭାଗ ୪୩ ନିଶାଶକ୍ତ ଗାଡିଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ସୂଚନା ଦେଇଥିଲେ l ଜାନୁଆରୀ ରୁ ଜୁନ ମଧ୍ୟରେ ୩୧୭୩ ଟି ବିଭିନ୍ନ ମୋଟର ଯାନ ଆଇନ ଉଲଂଘନ କାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ୭୩୬ ଜଣଙ୍କ ଗାଡିଚାଳନା ପ୍ରମାଣ ପତ୍ର ରଦ୍ଧ କରାଯାଇଛି l ଏଥିରେ ବିନା ହେଲମେଟ ରେ ଗାଡିଚାଳନା କରୁଥିବା ସର୍ବାଧିକ ୪୯୨ ଗାଡିଚାଳକ ଥିବା ବେଳେ ଦ୍ରୁତ ଗତି ରେ ଯାଉଥିବା ୨0୮ଜଣ ଗାଡିଚାଳନା ବେଳେ ମୋବାଇଲ ବ୍ୟବହାର କରୁଥିବା ୩୬, ନିଶାଶକ୍ତ ଅବସ୍ଥାରେ ଗାଡିଚାଳନା କରୁଥିବା ୫୨ ଜଣଙ୍କ ଗାଡିଚାଳନା ପ୍ରମାଣପତ୍ର ରଦ୍ଧ କରାଯାଇଥିବା ସୂଚନା ଦିଆଯାଇଥିଲା l ଏହି ବୈଠକରେ କମିଟି ସଦସ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ,ପୁରୁଷୋତ୍ତମ ପାଣିଗ୍ରାହୀ,  ରେଆର ସାଧାରଣ ସମ୍ପାଦକ  ଅନଙ୍ଗ ନେଗୀ,ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ମୃତ୍ୟୁଞ୍ଜୟ ଶତପଥୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ,ତଥା ପରିବହନ ବିଭାଗ କର୍ମଚାରୀ ସହ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS