BREAKING
Loading...
:

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

 ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୩ତମ ପ୍ରତିଷ୍ଠା ଦିବସ ପାଳିତ




ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୧୯୮୯ ମସିହା ଜୁଲାଇ ମାସ ୬ ତାରିଖରେ ଉକ୍ତ ବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ ସମାଜସେବୀ, ଶିକ୍ଷାବିତ ତଥା ମାତୃପ୍ରେମୀ ସ୍ବର୍ଗତ ପରୀକ୍ଷିତ ପଟ୍ଟନାୟକ । ଆଜି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଛାତ୍ର ଛାତ୍ରୀ ଗ୍ରାମ ପରିକ୍ରମା କରିଥିଲେ । ଶ୍ରୀଅରବିନ୍ଦ ସମାଧି ମନ୍ଦିରକୁ ଯାଇ ସେଠାରେ ସମାଧି ଦର୍ଶନ କରିଥିଲେ । ବିଦ୍ୟାଳୟ ପରିସରରେ ସମବେତ ଧ୍ୟାନ,ଦୁର୍ଗାସ୍ତୋତ୍ର,ମା ବହି ପଠନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଦେବୀ ପ୍ରସାଦ ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନନ୍ଦିନୀ ଗୁରୁ, ରାଧାକାନ୍ତ ସାହୁ, ସୁଜାତା ବେହେରା, ଧରିତ୍ରୀ ପ୍ରଧାନ,ମମି ମହାରଣା, ଶିବାନୀ ପ୍ରଧାନ, ସଂଯୁକ୍ତା ମହାପାତ୍ର,ମାମି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । 



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS