BREAKING
Loading...
:

ବୌଦ୍ଧରେ ବିଦ୍ୟୁତ ମହୋତ୍ସବ ପାଳିତ l

 ବୌଦ୍ଧରେ ବିଦ୍ୟୁତ ମହୋତ୍ସବ ପାଳିତ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜାଦୀକୁ ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶର ପ୍ରତ୍ୟେକ ଜିଲ୍ଲା ରେ ଉଜ୍ଜଳ ଭାରତ- ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷିରେ ବୌଦ୍ଧଜିଲାରେ ଅଦ୍ୟ ତା ୨୬.୦୭.୨୦୨୨ ରିଖ ମଙ୍ଗଳବାର ଦିନ ସ୍ଥାନୀୟ ଟାଉନହଲଠାରେ ଅପରାହ୍ନ ୩.୩୦ ରୁ ୬.୩୦ ମିନିଟ ପର୍ଯ୍ୟନ୍ତ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ବିବିତାରାଣୀ ଦଳବେହେରା,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର,ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ଯୋଗଦେଇ ବିଦ୍ୟୁତ ମହୋତ୍ସବ ପାଳନର ଆବଶ୍ୟକତା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଜାଦୀକା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଏକ ମହତ ପଦକ୍ଷେପ ଯାହାକି ସ୍ୱାଧୀନତାର ୭୫ବର୍ଷ ତଥା ଏହାର ଲୋକ ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସ୍ମରଣୀୟ କରିବ । ଏହି ମହୋତ୍ସବ ଦେଶର ଲୋକମାନଙ୍କ ପାଇଁ ସମର୍ପିତ ,ଯେଉଁମାନେ କେବଳ ଭାରତକୁ ଏହାର ବିକାଶମୂଳକ ଯାତ୍ରାରେ ଆଣିବାରେ ସହାୟକ ହୋଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗକୁ ପାଳନ କରିବା ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଏହା ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ  ଅନ୍ତର୍ଗତ ବିଦ୍ୟୁତ କ୍ଷେତ୍ରର ପ୍ରମୁଖ ସଫଳତାକୁ ଆଲୋକିତ କରିଛନ୍ତି । ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଦେଶରେ ୧୬୯ ଗିଗା ୱାଟ୍ ବିଜୁଳି ଉତ୍ପାଦନ କ୍ଷମତା ଯୋଡି ହୋଇଛି, ଯାହାକି ଦେଶର ଶକ୍ତି ଅଭାବକୁ ଦୂର କରିବା କରିବା ସହିତ  ବଳକା ଶକ୍ତିରେ ପରିଣତ କରିଛି । ଦେଶରେ ୧.୬ ଲକ୍ଷ କିଲୋମିଟର ଟ୍ରାନ୍ସମିସନ ଲାଇନ ଯୋଗ କରାଯାଇଛଇ । ସମଗ୍ର ଦେଶକୁ ଏକ ଗ୍ରିଡ ଏକ ଫ୍ରିକେୁ୍ୟନ୍ସି ସହିତ ସଂଯୋଗ କରି ଦୁନିଆଁର ସବୁଠାରୁ ବଡ ଏକିକୃତ ଗ୍ରୀଡ ଭାବରେ ସ୍ଥାପିତ ହୋଇପାରିଛି । ୨୦୧୮ ରେ ୧୦୦ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ଏବଂ ୧୦୦ ପ୍ରତିଶତ ଘରୋଇ ବିଦ୍ୟୁତିକରଣ କରାଯିବାରେ ଲକ୍ଷ ହାସଲ କରାଯାଇଛି । ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୨ ଘଂଟା ବିଦ୍ୟୁତ ଯୋଗାଣକୁ ବର୍ତ୍ତମାନ ହାରାହାରି ୨୨.୫ ଘଂଟାକ ବୃଦ୍ଧି କରାଯାଇପାରିଛି । ଦୃତ ବେଗରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତି କ୍ଷମତା ୨୦୧୪ ରେ ଥିବା ୭୬ ଗିଗାୱାଟରୁ ବର୍ତମାନ ୧୬୦ ଗିଗାୱାଟ୍‌କୁ ଦ୍ୱିଗୁଣିତ ହୋଇଛି । ୨୦୨୧ ରେ ୪୦% ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମିଶ୍ରଣ ହାସଲ କରି ଭାରତ  ବିଶ୍ୱସ୍ତରରେ ୪ର୍ଥ ସ୍ଥାନ ପାଇଛି । ଏହି ଅବସରରେ ବିଦ୍ୟୁତ ସୁରକ୍ଷା,ବିଦ୍ୟୁତ ସଂରକ୍ଷଣ, ଜଳବିଦ୍ୟୁତ ସୁରକ୍ଷା, ଉପରେ ପାୱାର ପଏଣ୍ଟ୍ ମାଧ୍ୟରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିବାବେଳେ  ଗେହ୍ଲାମା କଳାନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପାୱାର ଗ୍ରୀଡ,ଓପିଟିସିଏଲ ଏବଂ ଟିପିଏସଓଡିଏଲ ର ଅଧିକାରୀଗଣ ସକ୍ରିୟ ସହଯୋଗ କରିଥିଲେ ।


ରିପୋର୍ଟ ଉଗ୍ରସେନ କର୍ମୀ ସୁବର୍ଣ୍ଣପୁର 

Post a Comment

Previous Post Next Post
Header ADS