BREAKING
Loading...
:

କାର୍ଗିଲ ବିଜୟ ଦିବସ ପାଳିତ

 କାର୍ଗିଲ ବିଜୟ ଦିବସ ପାଳିତ 




ସୁବର୍ଣ୍ଣପୁର :-କଣ୍ଟାମାଳ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଗିଲ ବିଜୟ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଦେଶ ମାତୃକାର ସେବାରେ ପ୍ରାଣବଳି ଦେଇଥିବା ସହିଦଙ୍କ ପାଇଁ ଉପସ୍ଥିତ ଛାତ୍ର/ଛାତ୍ରୀ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ ।  ଅଷ୍ଟମ ଶ୍ରେଣୀ ଛାତ୍ରୀ ମାନସୀ ନାଗ ,ଶିବାନି ବାଘ ,ଲିପସା ନାଏକ ପ୍ରାରମ୍ଭରେ ଦେଶଭକ୍ତି ସଂଗୀତ ଗାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ଭାରତ ମାତା ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ବୀର ଯବାନ ଙ୍କ ସ୍ମୃତି କୁ ମନେପକାଇ ୧୯୯୯ ମସିହା  ଆଜିର ଦିନରେ ପାକିସ୍ଥାନ କୁ ଯୁଦ୍ଧରେ ହରାଇ ଭାରତ କିପରି ବିଜୟ ହୋଇଥିଲା , ଶିକ୍ଷକ ସୁରେନ୍ଦ୍ର କମ୍ପ,ବୈଶାଖୁ ବସ୍ତିଆ,ନୃପମଣୀ ମହାଳିକ,ବନୀତା ମେହେର,ବୈଠାରୁ ଦିଦି ପ୍ରମୁଖ ଯୋଗଦେଇ ବଡ଼ହେଲେ ଦେଶପାଇଁ  କିପରି ଛାତ୍ର ଛାତ୍ରୀ ମାନେ କିପରି ସମର୍ପିତ ହେବେ ସେ ଉଦେଶ୍ୟରେ କହିଥିଲେ । ଏ ଅବସରରେ ବିଦ୍ୟାଳୟ କ୍ୟାବିନେଟ ର ମୁଖ୍ୟମନ୍ତ୍ରୀ ଲିଲନ ବସ୍ତିଆ,ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଗଣ ଶ୍ରୀମାନ ସିଦ୍ଧାର୍ଥ ପ୍ରଧାନ,ଆରୁଷି କମ୍ପ,ବିଶ୍ଵଜିତ କର୍ଣ,ରୋହିତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ଶେଷରେ ଛାତ୍ର ପ୍ରତିନିଧି  ଜିଷ୍ଣୁ ପ୍ରଧାନ ଧନ୍ୟବାଦ ଦେଇଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS