ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ବ୍ଳକ ଟପ୍ପର ଆଶୁତୋଷ ଦେହୁରୀ, ଗଣିଆରେ ଶତ ପ୍ରତିଶତ ରେଜଲ୍ଟ
ଗଣିଆ ୨୭/୦୭(ମଣିଭଦ୍ରା ଖବର) ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ଜଣାପଡିଛି । ଗଣିଆ ବ୍ଳକରେ ୨ଟି ମହାବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବନମାଳୀ ବାରିକି ମହାବିଦ୍ୟାଳୟ ଆଡକଟାର ଆଶୁତୋଷ ଦେହୁରୀ ୫୪୦ ମାର୍କ ରଖି ବ୍ଳକ ଟପ୍ପର ହୋଇଛନ୍ତି । ଆଡକଟା ମହାବିଦ୍ୟାଳୟରେ ୪୮ ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୪୫ ଜଣ ପ୍ରଥମ ଶ୍ରେଣୀ,୨ ଜଣ ଦ୍ବିତୀୟ ଶ୍ରେଣୀ ଏବଂ ଜଣେ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ୭୧ ଜଣ ପରୀକ୍ଷା ଦେଇଥିବା ବେଳେ ୫୫ ଜଣ ପ୍ରଥମ ଶ୍ରେଣୀ,୧୩ ଜଣ ଦ୍ବିତୀୟ ଶ୍ରେଣୀ ଏବଂ ୩ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ଉକ୍ତ ମହାବିଦ୍ୟାଳୟରେ ଆଶୁତୋଷ ରାଉତ ୫୨୮ ମାର୍କ ରଖି ନିଜ କଲେଜରେ ଗୈାରବ ଆଣିଛନ୍ତି । ତେବେ ବ୍ଳକ ଟପ୍ପର ହୋଇଥିବା ଆଡକଟା ମହାବିଦ୍ୟାଳୟର ଆଶୁତୋଷ ଦେହୁରୀ ତାଙ୍କ ସଫଳତାର ଶ୍ରେୟ ନିଜ କଲେଜର ଅଧ୍ୟାପକ ମାନଙ୍କୁ ଦେଇଥିବା ବେଳେ କଲେଜର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସେହିପରି ସାମନ୍ତରାୟ ମହାବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୫୫ ଜଣ ପ୍ରଥମ ଶ୍ରେଣୀ ପାଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ଅଧ୍ୟକ୍ଷ ମଳୟ କୁମାର ପଣ୍ଡା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment