BREAKING
Loading...
:

ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ -

 ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ -

ବିଭିନ୍ନ ବିଭାଗୀୟ କାର୍ଯ୍ୟାନ୍ୱୟନ ର ସମୀକ୍ଷା -

ବିଭାଗ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ସୁବର୍ଣ୍ଣପୁର ଜିଲ୍ଳା ଗସ୍ତ ରେ ଆସି ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ର ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ଅନୁଦାନ ଅର୍ଥ ର ସୁବିନିଯୋଗ ତଥା କାର୍ଯ୍ୟପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଛନ୍ତି l କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନା ର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥି ପ୍ରତି ବିଶେଷ ଯତ୍ନବାନ ହୋଇ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରି ସମସ୍ତ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ଅବଧି ମଧ୍ୟରେ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ର କୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି l ସେ ଏହି ଅବସରରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ପି ଏଚ ଡି, ଜିଲ୍ଳା ଶ୍ରମ ବିଭାଗ, ଜିଲ୍ଳା ମତ୍ସ୍ୟ ବିଭାଗ, ଜାତୀୟ ରାଜପଥ କର୍ତୃପକ୍ଷ, ଉଦ୍ୟାନ ବିଭାଗ, ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ,ଜିଲ୍ଲା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଳ ବିଭାଗ,ଜଳସେଚନ, ଶିକ୍ଷା ବିଭାଗ ତଥା ସୋନପୁର ମ୍ୟୁନିସିପାଲିଟି, ବିନିକା ଓ ତରଭା ଏନ ଏ ସି ସହରାଞ୍ଚଳ ପ୍ରଭୁତି ଙ୍କ ଦ୍ୱାରା କାର୍ଯ୍ୟକାରୀ ପ୍ରକଳ୍ପ ତଥା ହେବାକୁ ଥିବା ଯୋଜନା ଗୁଡ଼ିକ ର ସ୍ଥିତି ଓ କାର୍ଯ୍ୟକାରିତା ର ସମୀକ୍ଷା କରିଥିଲେ l ସେ ବୈଠକରେ ବିଭଗୀୟ ଅଧିକାରୀଙ୍କୁ ଜିଲ୍ଲା୍ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆନ୍ତରିକତା ର ସହ ଦୃଢ ନିଶ୍ଚିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା୍ର ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ବୃନ୍ଦ,ସମସ୍ତ ବିଡ଼ିଓ, ସମସ୍ତ ତହସିଲଦାର, ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦାନ  କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ଅଦ୍ୟ ପୂର୍ବାହ୍ନ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ବିଭିନ୍ନ ଶାଖା ତଥା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ର ପରିଦର୍ଶନ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS