BREAKING
Loading...
:

ପ୍ରବଳ ଉତ୍ସାହ ସହ ପାତାଳି ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଶ୍ରୀମନ୍ଦିର ବିଜେ ଅନୁଷ୍ଠିତ l

 ପ୍ରବଳ ଉତ୍ସାହ ସହ ପାତାଳି ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଶ୍ରୀମନ୍ଦିର ବିଜେ ଅନୁଷ୍ଠିତ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ନବଦିନାତ୍ମକ ଯାତ୍ରା ସାରି ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଛଳିଆ ପାହାଡ ସ୍ଥିତ ଶ୍ରୀମନ୍ଦିର କୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଗୋଟି ପହଣ୍ଡିରେ  ସୁଦର୍ଶନ, ବଳଭଦ୍ର, ସୁଭଦ୍ରା,ଜଗନ୍ନାଥଙ୍କୁ ନେବାବେଳେ ଭକ୍ତ ଙ୍କ ହୁଳହୁଳି ଓ ଘଣ୍ଟ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ପାତାଳି କ୍ଷେତ୍ର। ଗୋବର୍ଦ୍ଧନ ମିଶ୍ର, ଲକ୍ଷ୍ମଣ ନାୟକ, ସୁଧାଂଶୁ ଶେଖର ପୁରୋହିତ, ଅନିରୁଦ୍ଧ ପାଢ଼ୀ ପ୍ରମୁଖ ଙ୍କ ଦ୍ୱ।ରା ପହଣ୍ଡି ଗୀତ ପରିବେଷଣ କରାଯାଇଥିବା ବେଳେ ସୋନପୁର ର ମହିଳା ସଂକୀର୍ତ୍ତନ ଦଳ ଓ ଘଣ୍ଟୁଆଳମାନଙ୍କ ଘଣ୍ଟ ନାଦରେ ମୁଖରିତ ଛଳିଆ କନ୍ଦର ସତେଯେମିତି ଏକ ଭକ୍ତି ଭାବମୟ ପରିବେଶରେ ଉଚ୍ଛୁଳି ଉଠିଥିଲା।ବିଧିଅନୁଯାୟୀ

-ଲକ୍ଷ୍ମୀ ନାରାୟଣ ଙ୍କ କଳି

-ଗୀତ-ବିଶ୍ବେଶର ପାଢ଼ୀ, ଶ୍ରୀରାମ ପଣ୍ଡା ଗାଇଥିଲେ। ମା' ମହାଲକ୍ଷ୍ମୀଙ୍କ ମାନଭଞନସହ ରସଗୋଲା ଭୋଗ ଅର୍ପଣ କରାଯାଇଥିଲା। 

-ମେଘୁଆ ପାଗସତ୍ତ୍ୱେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମସ୍ତ ରୀତିନୀତି ଅନୁଯାୟୀ

-ଆରତୀ, ପ୍ରତିଷ୍ଠାଦି ନୀତି

-ଚତୁର୍ଦ୍ଧା ବିଗ୍ରହଙ୍କ ରତ୍ନ ସିଂହାସନ ବିଜେ ଅନୁଷ୍ଠିତ କରାଯାଇଥିଲା।ଆଜି

-ସ୍ଥାନୀୟ ସ୍କାଉଟ ପିଲା ପାନୀୟ ଜଳ ବିତରଣକରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପ୍ରଶାସନ ଓ ରଥଯାତ୍ରା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS