BREAKING
Loading...
:

ସୋନପୁର ର ବଡ଼ଜଗନ୍ନାଥ ବଳଭଦ୍ର ଙ୍କ ଆଜିରାମ ଲକ୍ଷ୍ମଣ ବେଶ l

 ସୋନପୁର ର ବଡ଼ଜଗନ୍ନାଥ ବଳଭଦ୍ର ଙ୍କ ଆଜିରାମ ଲକ୍ଷ୍ମଣ ବେଶ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜିସୋନପୁର ବଡ଼ବଜାର ସ୍ଥିତ ଗୁଣ୍ଡିଚା ମନ୍ଦିର ରେ ଵଡ଼ଜଗନ୍ନାଥ ଓ ବଳଭଦ୍ର ଙ୍କର ରାମ ଲକ୍ଷ୍ମଣ ବେଶ ଅନୁଷ୍ଠିତ ହୋଇଯାଇଛି। ଆଜିର ଏଇ ବିରଳ ଦୃଶ୍ୟ କୁ ଦେଖିବା ପାଇଁ ସଂଧ୍ୟା ସମୟରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା। ସମସ୍ତ ଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବାପାଇଁ ରଥଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଥିଲା। ଆଜି ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ଭଜନ ସଂଧ୍ୟା  ବିଶିଷ୍ଟ ଭଜନ ଗାୟକ ଧନେଶ୍ୱର ଦାଶ ଓ ସାଥିଙ୍କଦ୍ୱ।ରା   ଭଜନ କାର୍ଯ୍ୟକ୍ରମ କୁ ଶୁଣିବାକୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ବିଶେଷ କରି ଆଜି ପବିତ୍ର ହେରାପଞ୍ଚମୀ ହେତୁ ମାଆ ମହାଲକ୍ଷ୍ମୀ ଙ୍କ ଆଜି ନନ୍ଦିଘୋଷ ରଥ ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହି ବିରଳଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁଙ୍କମନରେ ଅପୂର୍ବ ଆଗ୍ରହ ପରିଲକ୍ଷିତ ହୋଇଥିଲା। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS