କାମ କରି ନପାରି ଏବିଇଓ ଫେରାଇଲେ ପଇସା
ଦଶପଲ୍ଲା (ପ୍ରଫୁଲ୍ଲ କୁମାର ଦାଶ)ଦଶପଲ୍ଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗତ ୨୦୨୧ କରୋନା ପରେ ପରେ ଡ୍ରପ୍ ଆଉଟ୍ ପିଲାଙ୍କୁ ପୁଣିଥରେ ସ୍କୁଲ ମୁହାଁ କରିବା ସହ ସେମାନଙ୍କ ପ୍ରାଥମିକ ଶିକ୍ଷାକୁ ନିଶ୍ଚିତ କରିବା ପାଇଁ ସରକାରଙ୍କ ଗୋଟିଏ ସୁନ୍ଦର ଯୋଜନାକୁ ଦଶପଲ୍ଲା ବ୍ଳକ୍ ବିଇଓ କାର୍ଯ୍ୟାଳୟ ପକ୍ଷରୁ ତାର ମୂଳୋତ୍ପାଟନ କରି ଦିଆ ଯାଇଛି। ବିଭାଗୀୟ ଅଦୂରଦର୍ଶିତା ଯୋଗୁଁ ସରକାରଙ୍କ ଯୋଜନାକୁ ଜାଣିଶୁଣି ଅକାମୀ କରାଗଲା, ଡ୍ରପ୍ ଆଉଟ୍ ପିଲାମାନେ ସ୍କୁଲକୁ ଆସିଲେନାହିଁ, ସିଆରସିସି ଏବଂ ଶିକ୍ଷକ ମାନେ ପଇସା ପାଇଲେ ନାହିଁ । ଆସିଥିବା ୬୬ହଜାରରୁ ଉର୍ଦ୍ଧ୍ବ ଟଙ୍କାରୁ ଫର୍ମ୍ ଛପା ବାବଦରେ ୨୫ହଜାର ଖର୍ଚ୍ଚ ଦେଖେଇ ଅବଶିଷ୍ଟ ଟଙ୍କା ସରକାରଙ୍କ ପାଖକୁ ଫେରେଇ ଦିଆଗଲା। ତେବେ ଏଥିପାଇଁ କାହାରି ଅନୁଶୋଚନା ମଧ୍ୟ ନାହିଁ । କାମଟା ନକରିବା ଫଳରେ କେତେ ଯେ ପିଲାଙ୍କ ଭବିଷ୍ୟତକୁ ଜାଣିଜାଣି ନଷ୍ଟ କରାଗଲା ତାର ଭରଣା କିଏ କରିବ ? ସବୁଠୁ ବଡକଥା ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ସହିତ ସେଇଯେଉଁ ଫର୍ମ୍ ଛପାଗଲା ତାର କାର୍ଯ୍ୟ କାରିତା କଣ ବୋଲି ପ୍ରଶ୍ନ ଉଠୁଚି । ଦାୟିତ୍ୱରେ ଥିବା ବିଇଓଙ୍କର ମୁଳ କାମ ଦଶପଲ୍ଲା ହାଇସ୍କୁଲରେ।ତାଙ୍କ ଉପରେ ଅତିରିକ୍ତ ବୋଝ ଭାବରେ ହଷ୍ଟେଲ ଅଛି। ତା ଉପରେ ବିଇଓ ଦଶପଲ୍ଲା । ସେ ପର୍ଯ୍ୟାପ୍ତ ସମୟ ଦେଇ ନ ପାରିବା ସ୍ବାଭାବିକ ।ଏବିଓ ମାନେ ଏସବୁକୁ ଠିକ୍ ଭାବେ ପରିଚାଳନା ନକରିବାର ପରିଣାମ ହେଲା ସର୍ଭେ ହେଲାନି ପିଲା ଆସିଲେନି ଶିକ୍ଷକ ମାନେ ପଇସା ପାଇଲେନି। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବା ଉଚିତ୍ ବୋଲି ସାଧାରଣ ଲୋକଙ୍କ ମତ ।
ରିପୋର୍ଟ ପ୍ରଫୁଲ୍ଲ କୁମାର ଦାଶ,ଦଶପଲ୍ଲା
إرسال تعليق