BREAKING
Loading...
:

ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

 ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା 



ବୈଦ୍ଧ (ସଞ୍ଜୟ କୁମାର ନନ୍ଦ) ତକାଲି ବୌଦ୍ଧ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତରେ ଦିଆ ଯାଇଥିଲା l ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ୍ତ କୁମାର ରଥଙ୍କ ସଭାପତିତ୍ୱ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନିରୋଦ ଚନ୍ଦ୍ର କହଁରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l ଅବସର ପ୍ରାପ୍ତ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାଏକ ସଂମ୍ନାନିତ ଅତିଥି ଭାବେ ଯୋଗଦେଇ ଆସନ୍ତା 31 ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ଭୁୟସୀ ପ୍ରଶଂସା ସହିତ ଅବସର ବଳକା ଜୀଵନ ଶୁଖମୟ କାମନା କରିଥିଲେ l ଦୀର୍ଘ 34ବର୍ଷ ଚାକିରୀ କାଳ ମଧ୍ୟରେ ଓଡିଶାର ବିଭିନ୍ନ ଜିଲାରେ ସଫଳତା ସହିତ ଦାଇତ୍ୱ ତୁଲାଇ ଅବସର ଗ୍ରହଣ କରିଥିବାର ଜୀବନି ବ୍ୟାଖ୍ୟା କରିଥବାବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରଶଂସା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପ ନିର୍ଦ୍ଧେଶକ ଡା.ହୃଷିକେଶ ବେହେରା, ଏଡିଭିଓ ଦିସି ଡା.ପ୍ରଭାସ କୁମାର ବେହେରା, ନୋଡାଲ ଅଫିସର ଡା. ସଂଘମିତ୍ରା ପରମାନିକ, ପ୍ରାଣିଚିକିତ୍ସା ଅଧିକାରୀ ଡା. ପ୍ରିୟବ୍ରତ ବେହେରା, କର୍ମଚାରୀ ଦିଲ୍ଲୀପ କୁମାର ମିଶ୍ର, ସୁକାନ୍ତି ସିଂ, ଶଙ୍କର ରେଡି, ବିଷ୍ଣୁ ଚରଣ ନାଏକ, ସାରଦା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତଙ୍କ ତରଫରୁ ପୁଷ୍ପଗୁଛ, ଉପଢୌକନ ଓ ନିତ୍ୟ ବ୍ୟବହାର୍ଯ୍ୟ ପ୍ରଶାଧାନ ଉପହାର ପ୍ରଦାନ କରାଯାଉଥିଲା l  କାର୍ଯ୍ୟକ୍ରମ ସଫଳ କରିବାରେ ଧବଳେଶ୍ୱର ମେହେର, ନଳିନୀ ଯାନୀ, ରାମଚନ୍ଦ୍ର ପ୍ରଧାନ, ରଘୁନାଥ ବଡ଼ମାଳି ଓ ପିଣ୍ଟୁ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ l 

ବୌଦ୍ଧ ରିପୋର୍ଟ, ସଞ୍ଜୟ କୁମାର ନନ୍ଦ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS